ଜମ୍ମୁରେ ଖୋଲିବ ଆଇଆଇଏମ୍‌

ନୂଆଦିଲ୍ଲୀ: କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଆଜି ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁରେ ଭାରତୀୟ ପ୍ରବନ୍ଧ ସଂସ୍ଥା (ଆଇଆଇଏମ) ସ୍ଥାପନା ପାଇଁ କେନ୍ଦ୍ର ମଞ୍ଜୁରୀ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଏହା ପୂର୍ବରୁ ଜମ୍ମୁରେ ଭାରତୀୟ ଆଇଆଇଟିର ସ୍ଥାପନା କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଯାଇଛି। ଏହାବ୍ୟତୀତ କେନ୍ଦ୍ରୀୟ କ୍ୟାବିନେଟ୍ ଜଳ ପ୍ରବନ୍ଧ ସହଯୋଗ ପାଇଁ ହଙ୍ଗେରୀ ଓ ଭାରତ ମଧ୍ୟରେ ଏମଓୟୁ ଚୁକ୍ତି, […]

jammu-iim

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 02:22 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଆଜି ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁରେ ଭାରତୀୟ ପ୍ରବନ୍ଧ ସଂସ୍ଥା (ଆଇଆଇଏମ) ସ୍ଥାପନା ପାଇଁ କେନ୍ଦ୍ର ମଞ୍ଜୁରୀ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି।

ଏହା ପୂର୍ବରୁ ଜମ୍ମୁରେ ଭାରତୀୟ ଆଇଆଇଟିର ସ୍ଥାପନା କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଯାଇଛି। ଏହାବ୍ୟତୀତ କେନ୍ଦ୍ରୀୟ କ୍ୟାବିନେଟ୍ ଜଳ ପ୍ରବନ୍ଧ ସହଯୋଗ ପାଇଁ ହଙ୍ଗେରୀ ଓ ଭାରତ ମଧ୍ୟରେ ଏମଓୟୁ ଚୁକ୍ତି, ଭାରତ ଓ ଋଷ୍ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟର ଉନ୍ନତି ଏମଓୟୁ ମଞ୍ଜୁରୀ ପ୍ରଦାନ କରିଛି।

Related story