ଜମ୍ମୁ-କଶ୍ମୀରରେ ଅଜିଠୁ ଖୋଲିବ ଫୋନ୍‌ ଲାଇନ୍‌: ମୁଖ୍ୟ ଶାସନ ସଚିବ

ନୂଆଦିଲ୍ଲୀ: ଆଜିଠାରୁ ଜମ୍ମୁ-କଶ୍ମୀରରେ ଫୋନ୍‌ ଲାଇନ୍‌ ଏବଂ ଅନ୍ୟ ସମସ୍ତ ଯୋଗାଯୋଗ କଟକଣା ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମ୍‌। ସ୍ଥିତିକୁ ଆଖି ଆଗରେ ରଖି ଶୁକ୍ରବାର ରାତିରୁ ବିଭିନ୍ନ ସ୍ତରରେ କଟକଣା ପ୍ରତ୍ୟାହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଲସ୍କର-ଏ-ତୋଏବା ପରି ଆତଙ୍କବାଦୀ ସଂଗଠନଠାରୁ ଆକ୍ରମଣର ଧମକ ଥିବାରୁ ଉପତ୍ୟକାରେ ଧୀରେ ଧୀରେ କଟକଣା ପ୍ରତ୍ୟାହାର କରାଯିବ। ସମ୍ପୂର୍ଣ୍ଣ କଟକଣା ପ୍ରତ୍ୟାହାର ପାଇଁ ବିଏସ୍‌ଏନ୍‌ଏଲ୍‌ କିଛି ସମୟ ନେବ […]

kashmir

Subrat Kumar Nayak
  • Published: Friday, 16 August 2019
  • , Updated: 16 August 2019, 04:55 PM IST

ନୂଆଦିଲ୍ଲୀ: ଆଜିଠାରୁ ଜମ୍ମୁ-କଶ୍ମୀରରେ ଫୋନ୍‌ ଲାଇନ୍‌ ଏବଂ ଅନ୍ୟ ସମସ୍ତ ଯୋଗାଯୋଗ କଟକଣା ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମ୍‌। ସ୍ଥିତିକୁ ଆଖି ଆଗରେ ରଖି ଶୁକ୍ରବାର ରାତିରୁ ବିଭିନ୍ନ ସ୍ତରରେ କଟକଣା ପ୍ରତ୍ୟାହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଲସ୍କର-ଏ-ତୋଏବା ପରି ଆତଙ୍କବାଦୀ ସଂଗଠନଠାରୁ ଆକ୍ରମଣର ଧମକ ଥିବାରୁ ଉପତ୍ୟକାରେ ଧୀରେ ଧୀରେ କଟକଣା ପ୍ରତ୍ୟାହାର କରାଯିବ।

ସମ୍ପୂର୍ଣ୍ଣ କଟକଣା ପ୍ରତ୍ୟାହାର ପାଇଁ ବିଏସ୍‌ଏନ୍‌ଏଲ୍‌ କିଛି ସମୟ ନେବ ବୋଲି ସେ କହିଛନ୍ତି। ସେହିଭଳି ବିଭିନ୍ନ ଅଞ୍ଚଳରେ ସୋମବାରଠାରୁ ସ୍କୁଲ ଖୋଲିବା ଆରମ୍ଭ ହେବ। ଶୁକ୍ରବାରଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲି ଦିଆଯାଇଛି ବୋଲି ସେ କହିଛନ୍ତି। ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କ ପରି ରାଜନୀତିକ ବନ୍ଦୀମାନଙ୍କୁ ମଧ୍ୟ ସ୍ଥିତି ସମୀକ୍ଷା କରାଯିବା ପରେ ଛାଡ଼ିଦିଆଯିବ।

ଏହି କଟକଣା ସମୟରେ କେହି ମଧ୍ୟ ମୃତାହତ ହୋଇନାହାନ୍ତି ବୋଲି ଶ୍ରୀ ସୁବ୍ରମଣ୍ୟମ୍‌ ସୂଚନା ଦେଇଛନ୍ତି। ହିଜ୍‌ବୁଲ ମୁଜାହିଁଦ୍ଦିନ୍‌ ଏବଂ ଲସ୍କର ପରି ଆତଙ୍କୀ ସଂଗଠନର ଉସକାଇବା ଉଦ୍ୟମ ବିଫଳ ହୋଇଛି। କଟକଣା ସମୟରେ ଲୋକଙ୍କୁ ଡାକ୍ତରୀ ସେବା ଓ ଖାଦ୍ୟ ଯୋଗାଇ ଦିଆଯାଉଛି, ସ୍ୟାଟେଲାଇଟ୍‌ ଟିଭିର ପ୍ରସାରଣ ଏବଂ ଖବର କାଗଜ ପ୍ରକାଶନ ମଧ୍ୟ ହେଉଛି ବୋଲି ସେ କହିଥିଲେ।

ମୋଟ ୨୨ଟି ଜିଲ୍ଲାରୁ ୧୨ଟି ଜିଲ୍ଲରେ ଜନଜୀବନ ସ୍ୱାଭାବିକ ରହିଛି। ୫ଟି ଜିଲ୍ଲାରେ ସାମାନ୍ୟ କଟକଣା ରହିଛି। ବସ୍‌ ଚଳାଚଳ ମଧ୍ୟ ସ୍ୱାଭାବିକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ୩୭୦ ଧାରା ଉଚ୍ଛେଦ ନେଇ ଅଗଷ୍ଟ ୫ରେ ଘୋଷଣା ପରେ ଅତିରିକ୍ତ ଭାବେ ୪୦ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ସେ କହିଛନ୍ତି। ତେବେ ଏହାର ପୂର୍ବ ରାତିଠାରୁ ଜମ୍ମୁ-କଶ୍ମୀରରେ ଫୋନ୍‌ଲାଇନ୍ ଏବଂ ଇଣ୍ଟରନେଟ୍‌ ସେବା ଆଦିରେ କଟକଣା ଲାଗୁ କରାଯାଇଛି।

Related story