Advertisment

ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କର ଗୁରୁବାର ପରଲୋକ ହୋଇଯାଇଛି। ଦିଲ୍ଲୀର ଏମ୍ସ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଗତ ଡିସେମ୍ବର ୨୪ ତାରିଖରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଫତିଙ୍କ ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ପ୍ରଶାଂସା କରିବା ସହ ତାଙ୍କୁ ଦେଶ ସବୁ ବେଳେ […]

ଅଦ୍ୟତନ ହୋଇଛି
ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ପରଲୋକ

mufti

Advertisment

mufti1ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କର ଗୁରୁବାର ପରଲୋକ ହୋଇଯାଇଛି। ଦିଲ୍ଲୀର ଏମ୍ସ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଗତ ଡିସେମ୍ବର ୨୪ ତାରିଖରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

Advertisment

ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଫତିଙ୍କ ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ପ୍ରଶାଂସା କରିବା ସହ ତାଙ୍କୁ ଦେଶ ସବୁ ବେଳେ ମନେ ପକାଇବ ବୋଲି ଟ୍ୱିଟ୍ କରି କହିଛନ୍ତି। ସେହିଭଳି ଜମ୍ମୁ ଓ କାଶ୍ମୀରର ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମଧ୍ୟ ମୁଫିତଙ୍କ ପରଲୋକରେ ଦୁଃଖ ପ୍ରକାଶ କରିବା ସହିତ ସେ ଜଣେ ପରିଶ୍ରମୀ ନେତା ଥିଲେ ବୋଲି କହିଛନ୍ତି। ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ମୁଫତିଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। ସେହିଭଳି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ମୁଫତିଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ମୁଫତିଙ୍କ ପରଲୋକ ଖବର ପାଇଁ ବିଜେପି ମହାସଚିବ ଆର୍ ମାଧବ ଦୁଃଖ ପ୍ରକାଶ କରିବା ସହ ସେ ତାଙ୍କ ଜୀବନ ଏକ ସୁଦୃଢ଼ ଜମ୍ମୁ ଓ କାଶ୍ମୀର ଗଠନ ପାଇଁ ସମର୍ପିତ କରି ଦେଇଥିଲେ ବୋଲି କହିଥିଲେ।

ମୁଫତି ମହମ୍ମଦ ସୟିଦ ଦ୍ୱିତୀୟ ଥର ପାଇଁ ୨୦୧୫ ମାର୍ଚ୍ଚ ୧ ତାରିଖରେ ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପୂର୍ବରୁ ସେ ୨୦୦୨ ନଭେମ୍ବର ୨ରୁ ୨୦୦୫ରୁ ନଭେମ୍ବର ୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ। ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ସେ ଦେଶର ଗୃହମନ୍ତ୍ରୀ ମଧ୍ୟ ରହିଥିଲେ। ୧୯୮୭ ପର୍ଯ୍ୟନ୍ତ ସେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସରେ ଥିଲେ। ୧୯୮୭ରେ ସେ କଂଗ୍ରେସ ଛାଡ଼ି ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି ସିଂହଙ୍କ ଜନମୋର୍ଚ୍ଚାରେ ଯୋଗ ଦେଇଥିଲେ। ଆଉ ୧୯୮୯ରେ ସେ ବନି ଥିଲେ ଦେଶର ପ୍ରଥମ ମୁସଲିମ୍ ଗୃହମନ୍ତ୍ରୀ। ଗୃହମନ୍ତ୍ରୀ ଥିବା ବେଳେ ତାଙ୍କର ତୃତୀୟ ଝିଅ ରୁବୈୟାଙ୍କୁ ଆତଙ୍କବାଦୀମାନେ ଅପହରଣ କରି ଥିଲେ।  ୫ ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରାଯିବା ପରେ ତାଙ୍କ ଝିଅ ମୁକ୍ତି ପାଇଥିଲେ।

Advertisment

ପି.ଭି ନରସିଂହରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ କଂଗ୍ରେସକୁ ପୁଣି ଫେରି ଥିଲେ। ତେବେ ୧୯୯୯ରେ ସେ ପୁଣି କଂଗ୍ରେସ ଛାଡ଼ି ଦେଇଥିଲେ। ୧୯୯୯ରେ ସେ ଜମ୍ମୁ ଓ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ଗଠନ କରିଥିଲେ।

ମୁଫତି ମହମ୍ମଦ ସୟିଦଙ୍କ ଉପରକୁ ଏକାଧିକ ବାର ଆକ୍ରମଣ ହୋଇଥିଲା। କାଶ୍ମୀରୀ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ପକ୍ଷରୁ ଏହି ସବୁ ଆକ୍ରମଣ କରାଯାଇଥିଲା।

୧୯୩୬ ମସିହା ଜାନୁଆରୀ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୁଫତି।

ମୁଫତିଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ମେହବୁବା ମୁଫତି ଜମ୍ମୁ ଓ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ପିଡିପି ଏବଂ ବିଜେପି ମେଣ୍ଟ ସରକାର ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe