ଅଶାନ୍ତ କାଶ୍ମୀରରେ ଆଉ ଜଣଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୪କୁ ବୃଦ୍ଧି

ଶ୍ରୀନଗର: ଅଶାନ୍ତ କାଶ୍ମୀରରେ ଆଜି ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ମୃତକଙ୍କ ନାଁ ଇଶ୍‌ତିୟାକ୍ ଅହମଦ। କିଛି ଦିନ ତଳେ ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ହିଂସା ବେଳେ ସେ ଆହତ ହୋଇଥିଲେ। ତାଙ୍କୁ ସୌରାର ଏସ୍‌କେଆଇଏମ୍‌ଏସ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟପକ୍ଷରେ ଗତକାଲିଠାରୁ ରାଜ୍ୟରେ କୌଣସି ସ୍ଥାନରେ ହିଂସାକାଣ୍ଡ ଦେଖାଯାଇ ନ ଥିଲେ ସୁଦ୍ଧା ଆଇନଶୃଙ୍ଖଳା ଦୃଷ୍ଟିରୁ ୧୦ଟି ଜିଲ୍ଲାରେ […]

kashmir unrest

Rakesh Mallick
  • Published: Friday, 22 July 2016
  • , Updated: 22 July 2016, 11:25 AM IST

ଶ୍ରୀନଗର: ଅଶାନ୍ତ କାଶ୍ମୀରରେ ଆଜି ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି।

ମୃତକଙ୍କ ନାଁ ଇଶ୍‌ତିୟାକ୍ ଅହମଦ। କିଛି ଦିନ ତଳେ ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ହିଂସା ବେଳେ ସେ ଆହତ ହୋଇଥିଲେ। ତାଙ୍କୁ ସୌରାର ଏସ୍‌କେଆଇଏମ୍‌ଏସ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଅନ୍ୟପକ୍ଷରେ ଗତକାଲିଠାରୁ ରାଜ୍ୟରେ କୌଣସି ସ୍ଥାନରେ ହିଂସାକାଣ୍ଡ ଦେଖାଯାଇ ନ ଥିଲେ ସୁଦ୍ଧା ଆଇନଶୃଙ୍ଖଳା ଦୃଷ୍ଟିରୁ ୧୦ଟି ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିଛି। ଗତକାଲିଠାରୁ ବରମୂଲ୍ଲା, ବନ୍ଦିପୋରା, ବଡଗାଁଓ ଓ ଗଣ୍ଡେରବଲ୍‌ରେ କର୍ଫ୍ୟୁ କୋହଳ କରି ଦିଆଯାଇଛି। ଫଳରେ ଏହି ସ୍ଥାନରେ ସ୍କୁଲ୍ ଖୋଲିଛି।

ସୂଚନାଯୋଗ୍ୟ, ଜୁଲାଇ ୮ ତାରିଖରେ ଏକ ଏନ୍‌କାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନର ଆତଙ୍କୀ ବୁରହାନ ୱାନି ନିହତ ହେବା ପରେ ଜମ୍ମୁ ଓ କାଶ୍ମୀରରେ ହିଂସାକାଣ୍ଡ ବ୍ୟାପି ଥିଲା। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜି ଥିଲା।

Related story