ଜମ୍ମୁ-କାଶ୍ମୀର ପୋଲିସ୍‌ର ଯବାନ ଧରିଲେ ଆତଙ୍କବାଦର ବାଟ!

ଜମ୍ମୁ: ଜମ୍ମୁ-କାଶ୍ମୀର ପୋଲିସ୍‌ର ଜଣେ ଯବାନ ଚାକିରି ଛାଡ଼ି ଆତଙ୍କବାଦୀ ବନି ଯାଇଛନ୍ତି। ତାଙ୍କ ନାଁ ଇଶଫାକ୍‌ ଅହମ୍ମଦ। ସେ ଲସ୍କର ଇ ତୋଏବାରେ ସାମିଲ ହୋଇଯାଇଥିବା ଜଣାପଡ଼ିଛି। ସରକାରୀ ଭାବେ ଇଶଫାକ୍‌ଙ୍କୁ ପଳାତକ ବୋଲି ଘୋଷଣା କରାଯାଇନାହିଁ। ଘଟଣା ଜଣାପଡ଼ିବା ବୋଲି ରାଜ୍ୟ ପୋଲିସ୍‌ ଏହାର ଯାଞ୍ଚ ଆରମ୍ଭ କରି ଦେଇଛି। ସୋସିଆଲ ମିଡିଆରେ ଫଟୋ ଆସିବା ପରେ ଇଶଫାକ୍‌ ଆତଙ୍କୀ ସଂଗଠନରେ ସାମିଲ ହୋଇଥିବା ଜଣାପଡ଼ିଥିଲା।  ଏଥିରେ ସେ ଲସ୍କର ସଂଗଠନରେ ସାମିଲ ହୋଇଥିବା […]

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 08:23 AM IST

ଜମ୍ମୁ: ଜମ୍ମୁ-କାଶ୍ମୀର ପୋଲିସ୍‌ର ଜଣେ ଯବାନ ଚାକିରି ଛାଡ଼ି ଆତଙ୍କବାଦୀ ବନି ଯାଇଛନ୍ତି। ତାଙ୍କ ନାଁ ଇଶଫାକ୍‌ ଅହମ୍ମଦ। ସେ ଲସ୍କର ଇ ତୋଏବାରେ ସାମିଲ ହୋଇଯାଇଥିବା ଜଣାପଡ଼ିଛି। ସରକାରୀ ଭାବେ ଇଶଫାକ୍‌ଙ୍କୁ ପଳାତକ ବୋଲି ଘୋଷଣା କରାଯାଇନାହିଁ। ଘଟଣା ଜଣାପଡ଼ିବା ବୋଲି ରାଜ୍ୟ ପୋଲିସ୍‌ ଏହାର ଯାଞ୍ଚ ଆରମ୍ଭ କରି ଦେଇଛି।

ସୋସିଆଲ ମିଡିଆରେ ଫଟୋ ଆସିବା ପରେ ଇଶଫାକ୍‌ ଆତଙ୍କୀ ସଂଗଠନରେ ସାମିଲ ହୋଇଥିବା ଜଣାପଡ଼ିଥିଲା।  ଏଥିରେ ସେ ଲସ୍କର ସଂଗଠନରେ ସାମିଲ ହୋଇଥିବା ଉଲ୍ଲେଖ ରହିଛି। ଲସ୍କର ପକ୍ଷରୁ ତାଙ୍କ ନାଁ ଅବୁ ଅକରମ ରଖାଯାଇଛି।

ଇଶଫାକ୍‌ଙ୍କ ଘର ଦକ୍ଷିଣ କାଶ୍ମୀରର ଶୋପିୟାଂ ଜିଲ୍ଲା ଶ୍ରୀମାଲ ଗାଁରେ। କିଛି ମାସ ହେବ ଜମ୍ମୁ-ସଂଭାଗ ଅନ୍ତର୍ଗତ ଜିଲ୍ଲା ପୋଲିସ୍‌ ଲାଇନ୍‌ କଠୁଆରେ ସେ ମୁତୟନ ଥିଲେ। କିଛିଦିନ ହେବ ସେ ଘରକୁ ଛୁଟିରେ ଆସିଥିଲେ। ଛୁଟି ସରିବା ପରେ ସେ କାର୍ଯ୍ୟସ୍ଥଳରେ ଯୋଗ ଦେଇ ନଥିଲେ।

ଇଶଫାକ୍‌ଙ୍କ ପରିବାର ଲୋକଙ୍କ ଅନୁସାରେ ସେ ସୋମବାରରୁ କଠୁଆ ସ୍ଥିତି ନିଜ ଚାକିରି ସ୍ଥଳକୁ ଡ୍ୟୁଟିରେ ଯୋଗ ଦେବାକୁ ଯାଇଥିଲେ।

Related story