ସୋପୋରରେ ଆତଙ୍କୀଙ୍କ ଗୁଳିମାଡ଼ରେ ପୋଲିସ କର୍ମୀ ଶହୀଦ

ଜମ୍ମୁ: ଜମ୍ମୁ-କାଶ୍ମୀରର ସୋପୋରର ମାରବାଲ ଜଙ୍ଗଲରେ ଆଜି ସକାଳେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ସମୟରେ ଜଣେ ପୋଲିସ କର୍ମୀ ଶହୀଦ୍ ହୋଇଛନ୍ତି। ସୁରକ୍ଷାକମୀ ସଂପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରିଥିବା ବେଳେ ଆତଙ୍କୀଙ୍କ ଅନୁସନ୍ଧାନ ଜାରି ରହିଛି। ଶହୀଦ୍ ପୋଲିସ କର୍ମୀ ଏସଓଜିର କନଷ୍ଟେବଳ ଥିଲେ। ଭାରତୀୟ ସେନାଙ୍କ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଗୁଇନ୍ଦା ବିଭାଗ ଆତଙ୍କୀ ଆକ୍ରମଣ ଜରିଆରେ ପ୍ରତିଶୋଧ ନେବାରେ ଉଦ୍ୟମ ଜାରି ରଖିଛି। ପାକିସ୍ତାନର ଏପରି ଉଦ୍ୟମକୁ ଦୃଷ୍ଟିରେ ରଖି ଭାରତ […]

ceasefire

Rakesh Mallick
  • Published: Wednesday, 16 November 2016
  • , Updated: 17 November 2016, 07:11 AM IST

ଜମ୍ମୁ: ଜମ୍ମୁ-କାଶ୍ମୀରର ସୋପୋରର ମାରବାଲ ଜଙ୍ଗଲରେ ଆଜି ସକାଳେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ସମୟରେ ଜଣେ ପୋଲିସ କର୍ମୀ ଶହୀଦ୍ ହୋଇଛନ୍ତି। ସୁରକ୍ଷାକମୀ ସଂପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରିଥିବା ବେଳେ ଆତଙ୍କୀଙ୍କ ଅନୁସନ୍ଧାନ ଜାରି ରହିଛି। ଶହୀଦ୍ ପୋଲିସ କର୍ମୀ ଏସଓଜିର କନଷ୍ଟେବଳ ଥିଲେ।

ଭାରତୀୟ ସେନାଙ୍କ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଗୁଇନ୍ଦା ବିଭାଗ ଆତଙ୍କୀ ଆକ୍ରମଣ ଜରିଆରେ ପ୍ରତିଶୋଧ ନେବାରେ ଉଦ୍ୟମ ଜାରି ରଖିଛି। ପାକିସ୍ତାନର ଏପରି ଉଦ୍ୟମକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ସତର୍କତା ବଢ଼ାଇ ଦିଆଯାଇଛି।

Related story