ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ସୀମାରେ ଦୀପାବଳି ବିଗାଡିବାକୁ ଚେଷ୍ଟା

ଜମ୍ମୁ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ସାରା ଦେଶରେ ରହିଛି ଉତ୍ସାହର ମାହୋଲ। ଭାରତ-ପାକିସ୍ତାନ ସୀମାରେ ମୁତୟନ ଭାରତୀୟ ଯବାନ ଗତକାଲି ଦୀପ ଜାଳି ଦୀପାବଳି ପାଳନ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଭାରତୀୟ ଯବାନମାନେ ଏହି ପଦକ୍ଷେପ ନେଇଥିଲେ। ହେଲେ ଏହା ଅହଂକାରୀ ପାକିସ୍ତାନ ଭେଜାରେ ପଶିବା ପରି ଲାଗୁନାହିଁ। କାରଣ ଗତରାତିରେ ଭାରତୀୟ ଯବାନ ଦୀପଜାଳି ଶାନ୍ତି କାମନା କରିଥିବା ବେଳେ ଆଜି ଭୋରୁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ […]

kashmir

Rakesh Mallick
  • Published: Wednesday, 18 October 2017
  • , Updated: 18 October 2017, 09:23 AM IST

ଜମ୍ମୁ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ସାରା ଦେଶରେ ରହିଛି ଉତ୍ସାହର ମାହୋଲ। ଭାରତ-ପାକିସ୍ତାନ ସୀମାରେ ମୁତୟନ ଭାରତୀୟ ଯବାନ ଗତକାଲି ଦୀପ ଜାଳି ଦୀପାବଳି ପାଳନ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଭାରତୀୟ ଯବାନମାନେ ଏହି ପଦକ୍ଷେପ ନେଇଥିଲେ। ହେଲେ ଏହା ଅହଂକାରୀ ପାକିସ୍ତାନ ଭେଜାରେ ପଶିବା ପରି ଲାଗୁନାହିଁ। କାରଣ ଗତରାତିରେ ଭାରତୀୟ ଯବାନ ଦୀପଜାଳି ଶାନ୍ତି କାମନା କରିଥିବା ବେଳେ ଆଜି ଭୋରୁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଯବାନ ଜମ୍ମୁ-କାଶ୍ମୀରର ମେଣ୍ଢର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଅଟୋମେଟିକ୍‌ ମେସିନଗନ୍‌ରେ ପାକିସ୍ତାନୀ ଯବାନ ମେଣ୍ଢର ସେକ୍ଟରର ବାଲାକୋଟ ଓ ସୋନାଗଲି ଅଞ୍ଚଳରେ ପ୍ରବଳ ଗୁଳିବର୍ଷଣ କରୁଛନ୍ତି। ଏହାସହ ଜନବସତି ଅଞ୍ଚଳକୁ ଲକ୍ଷ୍ୟ କରି ମୋର୍ଟାର ମାଡ଼ କରିଛନ୍ତି। ଏହି ଘଟଣାରେ କୌଣସି ଜୀବନହାନିର ସୂଚନା ମିଳିନାହିଁ।

Related story