ବିଚ୍ଛିନ୍ନତାବାଦୀ ସଂଗଠନ ପକ୍ଷରୁ ଜମ୍ମୁ-କାଶ୍ମୀର ବନ୍ଦ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଶ୍ରୀନଗର ସମେତ ବିଭିନ୍ନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ସେନା। ଗତକାଲି ଆତଙ୍କବାଦୀଙ୍କ ସହ ସୁରକ୍ଷାବଳର ଏନ୍‌କାଉଣ୍ଟର ବେଳେ ଜଣେ ସ୍ଥାନୀୟ ନାବାଳକଙ୍କ ମୃତ୍ୟୁ ଘଟିଥିଲା। ଯାହାକୁ ବିରୋଧ କରି ରାଜ୍ୟରେ ବନ୍ଦ ଡାକରା ଦେଇଛି ବିଚ୍ଛିନ୍ନତାବାଦୀ ସଂଗଠନ। ବନ୍ଦକୁ ନଜରରେ ରଖି ବିଭିନ୍ନ ସମ୍ୱେଦନଶୀଳ ଅଞ୍ଚଳରେ ଫୋର୍ସ ସଂଖ୍ୟା ବଢ଼ା ଯାଇଛି। ପୁଲୱାମା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଡ଼ା ଯାଞ୍ଚ ସହ ପରିସ୍ଥିତିର ମୁକାବିଲା ପାଇଁ […]

jamu

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 01:51 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଶ୍ରୀନଗର ସମେତ ବିଭିନ୍ନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ସେନା। ଗତକାଲି ଆତଙ୍କବାଦୀଙ୍କ ସହ ସୁରକ୍ଷାବଳର ଏନ୍‌କାଉଣ୍ଟର ବେଳେ ଜଣେ ସ୍ଥାନୀୟ ନାବାଳକଙ୍କ ମୃତ୍ୟୁ ଘଟିଥିଲା। ଯାହାକୁ ବିରୋଧ କରି ରାଜ୍ୟରେ ବନ୍ଦ ଡାକରା ଦେଇଛି ବିଚ୍ଛିନ୍ନତାବାଦୀ ସଂଗଠନ।

ବନ୍ଦକୁ ନଜରରେ ରଖି ବିଭିନ୍ନ ସମ୍ୱେଦନଶୀଳ ଅଞ୍ଚଳରେ ଫୋର୍ସ ସଂଖ୍ୟା ବଢ଼ା ଯାଇଛି। ପୁଲୱାମା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଡ଼ା ଯାଞ୍ଚ ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିଛନ୍ତି ସୁରକ୍ଷାବଳ। ଶ୍ରୀନଗର ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ବାରମୂଲାରୁ ବନିହାଲ୍ ଯାଏଁ ରେଳ ସେବାକୁ ବନ୍ଦ କରାଯାଇଛି। ଏହାସହ ଦକ୍ଷିଣ କାଶ୍ମୀରରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ ରଖାଯାଇଛି। ଏହି ସମସ୍ତ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ଏକ ରକମ୍ ଠପ୍ ହୋଇପଡ଼ିଛି।

ଗତକାଲି ପୁଲୱାମା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ଦୁଇ ଜଣ ହିଜବୁଲ କମାଣ୍ଡର। ଏହି ଏନ୍‌କାଉଣ୍ଟର ପରେ ସ୍ଥାନୀୟ ବାସିନ୍ଦା ସେନା ଉପରେ ପ୍ରବଳ ପଥରମାଡ଼ କରିଥିଲେ।

Related story