ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି: ରାଜନାଥ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି। ଭାରତ ପାକିସ୍ତାନର ଏହି ଉଦ୍ୟମକୁ ସଫଳ ହେବାକୁ ଦେବ ନାହିଁ କି ଦେଶର ପ୍ରତିଷ୍ଠା ସହ ବୁଝାମଣା କରିବ ନାହିଁ ବୋଲି କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି। ସ୍ୱାଧୀନତା ଦିବସ ଅବ୍ୟବହତି ପୂର୍ବରୁ ଝାଡ଼ଖଣ୍ଡର ଖୁଣ୍ଟା ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ସେ କହିଛନ୍ତି। ସେ କହିଛନ୍ତି,“ପାକିସ୍ତାନର ଇସଲାମବାଦରେ ହେଉଥିବା ସାର୍କ ସମ୍ମିଳନୀରେ ଯୋଗ ଦେବି ନାହିଁ ବୋଲି ମୁଁ […]

rajnath-singh

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 03:06 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି। ଭାରତ ପାକିସ୍ତାନର ଏହି ଉଦ୍ୟମକୁ ସଫଳ ହେବାକୁ ଦେବ ନାହିଁ କି ଦେଶର ପ୍ରତିଷ୍ଠା ସହ ବୁଝାମଣା କରିବ ନାହିଁ ବୋଲି କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି। ସ୍ୱାଧୀନତା ଦିବସ ଅବ୍ୟବହତି ପୂର୍ବରୁ ଝାଡ଼ଖଣ୍ଡର ଖୁଣ୍ଟା ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ସେ କହିଛନ୍ତି।

ସେ କହିଛନ୍ତି,“ପାକିସ୍ତାନର ଇସଲାମବାଦରେ ହେଉଥିବା ସାର୍କ ସମ୍ମିଳନୀରେ ଯୋଗ ଦେବି ନାହିଁ ବୋଲି ମୁଁ ପ୍ରଥମେ ନିଷ୍ପତ୍ତି ନେଇଥିଲି।  କିନ୍ତୁ ମୁଁ  ଜାଣିବାକୁ ପାଇଲି ପାକିସ୍ତାନର ସବୁ ଅଞ୍ଚଳରେ ଭାରତ ଓ ମୋ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଉଛି। ସେଥିପାଇଁ ମୁଁ ମୋ ଅଧିକାରୀଙ୍କୁ କହିଥିଲି, ମୁଁ ପାକିସ୍ତାନ ନିଶ୍ଚୟ ଯିବି  ଓ ଭାରତର ବାର୍ତ୍ତା ରଖିବି।”

ରାଜନାଥ ଆହୁରି କହିଛନ୍ତି,“ପାକିସ୍ତାନ କିଛି ସ୍ଥାନରେ ଭାରତ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଉଥିବା ପାକିସ୍ତାନରେ ପହଞ୍ଚି ମୁଁ ମଧ୍ୟ ଦେଖିବାକୁ ପାଇଥିଲି।”

Related story