ଜମ୍ମୁ ଓ କାଶ୍ମୀର: ଆତଙ୍କବାଦୀଙ୍କ ସହ ଗୁଳିବିନିମୟ, ୪ ଯବାନ ସହିଦ, ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାର ହନ୍ଦୱାଡାରେ ଭାରତୀୟ ସେନା ଓ ଆତଙ୍କବାଦୀ ମଧ୍ୟରେ ଆଜି ହୋଇଥିବା  ଗୁଳିବିନିମୟରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଅନ୍ୟପକ୍ଷରେ କୁପୱାଡାର ଲୋଲାବା ଅଞ୍ଚଳରେ ଅନ୍ୟ ଏକ ଗୁଳିବିନିମୟରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ତା’ନିକଟରୁ ଏକ ଏକେ-୪୭ ରାଇଫଲ୍ ଜବତ କରାଯାଇଛି। ଦୁଇଟି ଯାକ ସ୍ଥାନରେ ଅପରେସନ୍ ଜାରି ରହିଛି। ସେନାର ଜଣେ ମୁଖପାତ୍ର କହିଛନ୍ତି, ହନ୍ଦୱାଡାର ହଫରୁଦ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୂଚନା […]

jammu-

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 08:30 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାର ହନ୍ଦୱାଡାରେ ଭାରତୀୟ ସେନା ଓ ଆତଙ୍କବାଦୀ ମଧ୍ୟରେ ଆଜି ହୋଇଥିବା  ଗୁଳିବିନିମୟରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଅନ୍ୟପକ୍ଷରେ କୁପୱାଡାର ଲୋଲାବା ଅଞ୍ଚଳରେ ଅନ୍ୟ ଏକ ଗୁଳିବିନିମୟରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ତା’ନିକଟରୁ ଏକ ଏକେ-୪୭ ରାଇଫଲ୍ ଜବତ କରାଯାଇଛି। ଦୁଇଟି ଯାକ ସ୍ଥାନରେ ଅପରେସନ୍ ଜାରି ରହିଛି।

ସେନାର ଜଣେ ମୁଖପାତ୍ର କହିଛନ୍ତି, ହନ୍ଦୱାଡାର ହଫରୁଦ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସେନା ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ସେଠାରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ସେହିଭଳି ଲୋଲାବା ଜଙ୍ଗଲରେ ଅନ୍ୟ ଏକ ଅପରେସନ୍ ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି।

Related story