ଜମ୍ମୁ ଓ କାଶ୍ମୀର ପାଇଁ ୮୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କଲେ ମୋଦି

ଶ୍ରୀନଗର: ଶନିବାର ଶ୍ରୀନଗର ଗସ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀର ପାଇଁ ୮୦ ହଜାର କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିଛନ୍ତି। ସେହିପରି ଜମ୍ମୁ-ଶ୍ରୀନଗର ହାଇୱେ ପାଇଁ ମଧ୍ୟ ୩୪ ହଜାର ଟଙ୍କା ଘୋଷଣା କରିଛନ୍ତି । ଶ୍ରୀନଗର ସ୍ଥିତ ଶେର-ଏ-ଷ୍ଟାଡିୟମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଏହି ଘୋଷଣା କରିଥିଲେ। ସେ କହିଥିଲେ, ଜମ୍ମୁ- ଶ୍ରୀନଗର ହାଇୱେ ହୋଇସାରିବା ପରେ ଏହି ଦୁଇ ସହର ମଧ୍ୟରେ ଯାତାୟତ କରିବାକୁ ମାତ୍ର […]

modi

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 09:46 AM IST

ଶ୍ରୀନଗର: ଶନିବାର ଶ୍ରୀନଗର ଗସ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀର ପାଇଁ ୮୦ ହଜାର କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିଛନ୍ତି। ସେହିପରି ଜମ୍ମୁ-ଶ୍ରୀନଗର ହାଇୱେ ପାଇଁ ମଧ୍ୟ ୩୪ ହଜାର ଟଙ୍କା ଘୋଷଣା କରିଛନ୍ତି । ଶ୍ରୀନଗର ସ୍ଥିତ ଶେର-ଏ-ଷ୍ଟାଡିୟମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଏହି ଘୋଷଣା କରିଥିଲେ। ସେ କହିଥିଲେ, ଜମ୍ମୁ- ଶ୍ରୀନଗର ହାଇୱେ ହୋଇସାରିବା ପରେ ଏହି ଦୁଇ ସହର ମଧ୍ୟରେ ଯାତାୟତ କରିବାକୁ ମାତ୍ର ୪ ଘଣ୍ଟା ଲାଗିବ। ଏବେ ଏହି ଦୁଇ ସହର ମଧ୍ୟରେ ଯାତାୟତ ପାଇଁ ୮ ଘଣ୍ଟା ଲାଗୁଛି।

ମୋଦି କହିଥିଲେ ଯେ ତାଙ୍କ ସରକାରଙ୍କର ମୂଳ ମନ୍ତ୍ର ହେଉଛି ‘ସବକା ସାଥ୍, ସବକା ବିକାଶ୍’। ଭାରତର ଅର୍ଥନୀତି ବର୍ତ୍ତମାନ ଦୌଡୁଛି। ଭାରତର କୌଣସି ଅଂଶ ବିକାଶ ଧାରାରୁ ପଛରେ ପଡ଼ିଗଲେ ତାଙ୍କ ସ୍ୱପ୍ନ ପୂରଣ ହେବ ନାହିଁ।

ମୋଦିଙ୍କ ଏହି ପ୍ୟାକେଜ ଘୋଷଣାକୁ ଶ୍ରୀନଗରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା ସୋସିଆଲ ମିଡିଆ ଟ୍ୱିଟ କରି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ସେହି ସମାନ ଭୁଲ୍ କରୁଛନ୍ତି। କାଶ୍ମୀର ପ୍ରସଙ୍ଗକୁ ଟଙ୍କାପଇସାରେ ତଉଲୁଛନ୍ତି।

 

Related story