ପୁଣି ଯୁଦ୍ଧବିରତି ଉଲ୍ଲଂଘନ କଲା ପାକିସ୍ତାନ ସେନା

ଶ୍ରୀନଗର: ଚାରି ମାସ ପରେ ପାକିସ୍ତାନ ପୁଣି ଥରେ ସୀମାରେ ଯୁଦ୍ଧବିରତି ନିୟମକୁ ଉଲ୍ଲଂଘନ କରିଛି। ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରେ ଏଲ୍‌ଓସି ନିକଟରେ ଆଜି ସକାଳେ ପାକିସ୍ତାନ ସେନା ଭାରତୀୟ ଯବାନଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲା। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ। ଗତକାଲି ବିଳମ୍ୱିତ ରାତିରେ ପୁଞ୍ଚର ମୁଖ୍ୟ ବଜାରରେ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଏଥିରେ ୧୪ ଜଣ […]

firing

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 11:44 AM IST

ଶ୍ରୀନଗର: ଚାରି ମାସ ପରେ ପାକିସ୍ତାନ ପୁଣି ଥରେ ସୀମାରେ ଯୁଦ୍ଧବିରତି ନିୟମକୁ ଉଲ୍ଲଂଘନ କରିଛି। ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରେ ଏଲ୍‌ଓସି ନିକଟରେ ଆଜି ସକାଳେ ପାକିସ୍ତାନ ସେନା ଭାରତୀୟ ଯବାନଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲା। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ।

ଗତକାଲି ବିଳମ୍ୱିତ ରାତିରେ ପୁଞ୍ଚର ମୁଖ୍ୟ ବଜାରରେ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଏଥିରେ ୧୪ ଜଣ ଆହତ ହୋଇଥିଲେ।  ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଜମ୍ମୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story