ପ୍ୟାରିସ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ: ଭାରତର ପ୍ରତିଶ୍ରୁତିବଦ୍ଧତା ଉପରେ ଗୁରୁତ୍ୱ ଦେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗ ଦେବା ଲାଗି ଫ୍ର।ନ୍ସର ପ୍ୟାରିସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୨ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ୧୫୦ରୁ ଅଧିକ ଦେଶର ନେତୃବୃନ୍ଦ ଯୋଗ ଦେଉଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଭାରତ ତାର ପ୍ରତିଶ୍ରୁତିବଦ୍ଧତା କିପରି ପୂରଣ କରିବ ତାହା ଉପରେ ମୋଦି ଗୁରୁତ୍ୱ ଦେବେ। ସୌରଶକ୍ତିକୁ ଅଧିକରୁ ଅଧିକ ଉପଯୋଗ କରିବାକୁ ୧୨୨ ଦେଶକୁ ନେଇ ମହାଗଠବନ୍ଧନ କରାଯିବା ପ୍ରସ୍ତାବ ଉପରେ […]

pm-modi

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 04:11 AM IST

ନୂଆଦିଲ୍ଲୀ: ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗ ଦେବା ଲାଗି ଫ୍ର।ନ୍ସର ପ୍ୟାରିସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୨ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ୧୫୦ରୁ ଅଧିକ ଦେଶର ନେତୃବୃନ୍ଦ ଯୋଗ ଦେଉଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଭାରତ ତାର ପ୍ରତିଶ୍ରୁତିବଦ୍ଧତା କିପରି ପୂରଣ କରିବ ତାହା ଉପରେ ମୋଦି ଗୁରୁତ୍ୱ ଦେବେ। ସୌରଶକ୍ତିକୁ ଅଧିକରୁ ଅଧିକ ଉପଯୋଗ କରିବାକୁ ୧୨୨ ଦେଶକୁ ନେଇ ମହାଗଠବନ୍ଧନ କରାଯିବା ପ୍ରସ୍ତାବ ଉପରେ ଭାରତ ପକ୍ଷରୁ ଗୁରୁତ୍ୱ ଦିଆଯିବ। ବିଶେଷକରି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି ବକ୍ତୃତା ଦେବେ ବୋଲି ଟ୍ୱଇଟ କରି ଜଣାଇଛନ୍ତି।

ସିଓପି ଟ୍ୱେଣ୍ଟି ୱାନ୍ ନାଁରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ମୋଦି ଆଜି ଭାରତୀୟ ପାଭିଲିୟନର ଉଦଘାଟନ କରିବେ। ଏଥିରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଭାରତର ପ୍ରତିଶ୍ରୁତିବଦ୍ଧତା ଓ ଦେଶରେ ପ୍ରକୃତି ତଥା ପରିବେଶର ସୁରକ୍ଷା ସମ୍ପର୍କୀତ ତଥ୍ୟ ପ୍ରଦର୍ଶନ କରାଯିବ। ଏହାସହ ଫ୍ର।ନ୍ସ ରାଷ୍ଟ୍ରପିତ ଫ୍ର।ନକୋସିସ୍ ହଲାଣ୍ଡେଙ୍କ ସହ ମଧ୍ୟାହ୍ନ ଭୋଜନରେ ମିଳିତ ହେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷେ ସମ୍ମିଳନୀ ପୂର୍ବରୁ ବିବାଦ ଦେଖାଦେଇଛି। କୌଣସି ପ୍ରକାର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ପରିବେଶବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ ପ୍ରଦର୍ଶନ ବେଳେ ସ୍ଥାନୀୟ ପୋଲିସ ପରିବେଶ କାର୍ଯ୍ୟକର୍ତ୍ତାଙ୍କ ଉପରେ ଲାଠିମାଡ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି।

Related story