ନୂଆଦିଲ୍ଲୀ: ସତୁରୀ ଦଶକର ହିନ୍ଦୀ ଗୀତ ‘ଢଲ୍ ଗୟା ଦିନ୍ ହୋ ଗୟି ଶାମ୍' ଗୀତ ପ୍ରାୟ ସମସ୍ତେ କେବେ ନା କେବେ ଗୁଣୁ ଗୁଣାଇଥିବେ। କିନ୍ତୁ କେବେ ଭାବିଛନ୍ତି ଏଥିରେ ପୁଲିସ୍ ବା ସେନାବାହିନୀ ମାର୍ଚ୍ଚ କରିବେ। ଆଜ୍ଞା ହଁ, ଏଭଳି କିଛି କରି ଦେଖାଇଛନ୍ତି ନାଗାଲ୍ୟାଣ୍ଡରେ ନିୟୋଜିତ ନବମ ଭାରତୀୟ ରିଜର୍ଭ ବାଟାଲିଅନ୍। ଏହି ମାର୍ଚ୍ଚିଂର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେଉଛି।
୭୦ ମସିହାରେ ନିର୍ମିତ ଫିଲ୍ମ ‘ହମ୍ଜୋଲି’ରେ ଏହି ଗୀତଟି ସ୍ଥାନ ପାଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, ଜିତେନ୍ଦ୍ର ଏବଂ ଲୀନା ଚନ୍ଦାଭରକର। ତେବେ କରିସ୍ମା ହସନତ୍ ନାମ୍ନୀ ଜଣେ ଯୁବତୀ ଏହି ଦୃଶ୍ୟକୁ ଟ୍ୱିଟରରେ ଅପ୍ଲୋଡ୍ କରିବାପରେ ଏହା ବେଶ ଆଦୃତି ଲାଭ କରିଛି।
https://twitter.com/majorgauravarya/status/1149207141506359301?s=20
ଏହି ଭିଡିଓରେ କମାଣ୍ଡର ଗୀତ ଗାଉଛନ୍ତି ଏବଂ ତା ସହିତ ତାଳ ଦେଇ ଯବାନମାନେ ମାର୍ଚ୍ଚିଂ କରୁଛନ୍ତି। ଏଥିରେ ସେହି ସମାନ ଉତ୍ସାହ ରହିଛି ଯାହାକି ସାଧାରଣ ମାର୍ଚ୍ଚିଂରେ ଥାଏ। ଆଉ ଏଥିରେ ଥିବା ସବୁଠୁ ମନଛୁଆଁ ଲାଇନ୍ଟି ହେଉଛି, 'ଆଗେ ଯାକେ କ୍ୟା କରୁଙ୍ଗା ପିଛେ ମୁର୍ (ମୁଡ୍)। ଏହି ଭିଡିଓଟି ଉତ୍ତରପୂର୍ବ ଭାରତର ସାଂସଦ ତଥା କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ମଧ୍ୟ ରିଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି, କିଛି ବି ଉତ୍ତରପୂର୍ବରୁ ଆସିଛି ମାନେ ଏହା ବନ୍ଧୁତ୍ୱ ଏବଂ ସ୍ମୃତି ସମ୍ବଳିତ ବିଷୟ ନିଶ୍ଚୟ ହୋଇଥିବ।
https://twitter.com/KirenRijiju/status/1149218601745805312?s=20
https://twitter.com/IkapurNikk/status/1149221328068567040?s=20
https://twitter.com/anita_sabharwal/status/1149279592621977600?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।