ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟକର ବିଭାଗ ପକ୍ଷରୁ ଚେନ୍ନାଇରେ ଜୟା ଟିଭି ଅଫିସ ଉପରେ ରେଡ୍। ଆୟକର ଫାଙ୍କିବା ଅଭିଯୋଗରେ ତାମିଲନାଡୁର ଜୟାଟିଭିର ମୁଖ୍ୟ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢଉ କରିଛି। ଏଥିସହ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀର ୧୮୭ଟି ସ୍ଥାନରେ ଚଢଉ କରିଛି ଆୟକର ବିଭାଗ। କମ୍ପାନୀ ଗଠନ ଓ ଟଙ୍କା କାରବାରରେ ଅନିୟମିତତା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢଉ ହୋଇଛି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦ୍ୱାରା ଜୟାଟିଭି ଆରମ୍ଭ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଶଶିକଳା ଓ ତାଙ୍କ ସମର୍ଥକମାନେ ଏହି ଟିଭିର ପରିଚାଳନା ଦାୟିତ୍ୱ ନେଇଛନ୍ତି। ଶଶିକଳାଙ୍କ ଭାଇଙ୍କ ଘରେ ମଧ୍ୟ ରେଡ୍ ହୋଇଛି ତେବେ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର କହିଛନ୍ତି ଜୟା ଟିଭିର ଅଧିକାରୀ।