ମେ’୨୩ରେ ଶପଥ ନେବେ ଜୟଲଳିତା

ଚେନ୍ନାଇ: ମେ’୨୩ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏଆଇଏଡିଏମ୍‌କେ ମୁଖ୍ୟ ଜେ.ଜୟଲଳିତା। ଲଗାତାର ଦ୍ୱିତୀୟ ଥର ପାଇଁ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ସହିତ ୨୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ। ଶପଥଗ୍ରହଣ ଉତ୍ସବ ମାଡ୍ରାସ ବିଶ୍ୱବିଦ୍ୟାଳୟର ସେଣ୍ଟେନାରୀ ଅଡିଟୋରିୟମରେ ଅନୁଷ୍ଠିତ ହେବ। ଜୟଲଳିତା ଆଜି ରାଜ୍ୟପାଳ କେ. ରୋଷେୟାଙ୍କୁ ଭେଟି ଏଆଇଏଡିଏମ୍‌କେ ବିଧାୟକ ଦଳର ନେତା ଭାବେ ତାଙ୍କୁ ଚୟନ କରାଯାଇଥିବା ସଂପର୍କିତ ଏକ ଚିଠି ପ୍ରଦାନ କରିଥିଲେ। ଏହା ପରେ […]

jayalalitha

Rakesh Mallick
  • Published: Saturday, 21 May 2016
  • , Updated: 21 May 2016, 04:34 PM IST

ଚେନ୍ନାଇ: ମେ’୨୩ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏଆଇଏଡିଏମ୍‌କେ ମୁଖ୍ୟ ଜେ.ଜୟଲଳିତା। ଲଗାତାର ଦ୍ୱିତୀୟ ଥର ପାଇଁ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ସହିତ ୨୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ। ଶପଥଗ୍ରହଣ ଉତ୍ସବ ମାଡ୍ରାସ ବିଶ୍ୱବିଦ୍ୟାଳୟର ସେଣ୍ଟେନାରୀ ଅଡିଟୋରିୟମରେ ଅନୁଷ୍ଠିତ ହେବ।

ଜୟଲଳିତା ଆଜି ରାଜ୍ୟପାଳ କେ. ରୋଷେୟାଙ୍କୁ ଭେଟି ଏଆଇଏଡିଏମ୍‌କେ ବିଧାୟକ ଦଳର ନେତା ଭାବେ ତାଙ୍କୁ ଚୟନ କରାଯାଇଥିବା ସଂପର୍କିତ ଏକ ଚିଠି ପ୍ରଦାନ କରିଥିଲେ। ଏହା ପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଥିଲେ।

୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ୨୩୨ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୧୩୪ଟି ଆସନରେ ବିଜୟୀ ହୋଇଛି ଏଆଇଏଡିଏମ୍‌କେ। ମୁଖ୍ୟ ବିରୋଧୀ ଡିଏମ୍‌କେ ଓ କଂଗ୍ରେସ ମେଣ୍ଟ ୯୮ଟି ଆସନ ଜିତିଛନ୍ତି।

ଅରାଭାକୁରୁଚି ଓ ଥାଞ୍ଜାଭୁର ବିଧାନସଭା ଆସନରେ ନିର୍ବାଚନ ହୋଇନାହିଁ। ଏଠାରେ ମେ’୨୩ରେ ଭୋଟ୍ ଗ୍ରହଣ ହେବାର ଥିଲା। ତେବେ ନିର୍ବାଚନ କମିଶନ ଏହାକୁ ଜୁନ୍ ୧୩କୁ ଘୁଞ୍ଚାଇ ଦେଇଛନ୍ତି।

Related story