ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ପ୍ରଚାର କରୁଥିବା ମହିଳାଙ୍କ ବିରୋଧରେ ଦାୟର ହେଲା ମାମଲା

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ବିରୋଧରେ ପୋଲିସ୍‌ ମାମଲା ରୁଜୁ କରିଛି। ଏହି ମହିଳା ଜଣକ ଫ୍ରାନ୍ସରେ ରହୁଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମିଛ ଖବର ପ୍ରଚାର କରିବା ସହ ଦଙ୍ଗା ସୃଷ୍ଟି କରିବାକୁ ସେ ଚେଷ୍ଟା କରୁଥିବା କୁହାଯାଇଛି। ପୋଲିସ୍‌ ଏଆଇଡିଏମ୍‌କେର ଅଭିଯୋଗ ଆଧାରରେ ଏହି ମାମଲା ଦାୟର କରିଛି। ଦଳ କହିଛି,“ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ରିପୋର୍ଟକୁ ଅତିରଞ୍ଜିତ କରି […]

jayalalitha

Rakesh Mallick
  • Published: Saturday, 01 October 2016
  • , Updated: 01 October 2016, 12:54 PM IST

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ବିରୋଧରେ ପୋଲିସ୍‌ ମାମଲା ରୁଜୁ କରିଛି। ଏହି ମହିଳା ଜଣକ ଫ୍ରାନ୍ସରେ ରହୁଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମିଛ ଖବର ପ୍ରଚାର କରିବା ସହ ଦଙ୍ଗା ସୃଷ୍ଟି କରିବାକୁ ସେ ଚେଷ୍ଟା କରୁଥିବା କୁହାଯାଇଛି।

ପୋଲିସ୍‌ ଏଆଇଡିଏମ୍‌କେର ଅଭିଯୋଗ ଆଧାରରେ ଏହି ମାମଲା ଦାୟର କରିଛି। ଦଳ କହିଛି,“ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ରିପୋର୍ଟକୁ ଅତିରଞ୍ଜିତ କରି ପ୍ରକାଶ କରାଯାଉଛି। ଆଉ କିଛି ଦିନ ମଧ୍ୟରେ ସେ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେବେ।”

ଡିଏମ୍‌କେ ସୁପ୍ରିମୋ ଏମ୍‌.କରୁଣାନିଧି ଜୟଲଳିତାଙ୍କ ଆରୋଗ୍ୟ କାମନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାର ହେଉଥିବା ଗୁଜବ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଡାକ୍ତରଖାନାରେ ତାଙ୍କ ଫଟୋ ଲଗାଇବାକୁ ଦାବି କରିଛନ୍ତି। ତା ସହିତ ପ୍ରତିଦିନ ମୁଖ୍ୟନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଲୋକଙ୍କୁ ସୂଚନା ଦେବାକୁ ସେ କହିଛନ୍ତି।

ଗତ ଗୁରୁବାର ଜୟଲଳିତାଙ୍କୁ ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜ୍ୱର ଓ ଡିହାଇଡ୍ରେସନ୍‌ କାରଣରୁ ତାଙ୍କ ଦେହ ଖରାପ ହୋଇଥିବା ଦଳ ପକ୍ଷରୁ କୁହାଯାଇଥିଲା।

Related story