ବାପାଙ୍କ ସହ ଜୟନ୍ତ ଅସହମତ: କହିଲେ, ନୂଆ ଅର୍ଥବ୍ୟବସ୍ଥା ଆଗାମୀ ଦିନରେ ସୁଫଳ ଦେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ଯଶବନ୍ତ ସିହ୍ନା। ସେ ଅଟଳ ବିହାରୀ ବାଜପେୟୀ ସରକାରରେ ଅର୍ଥ ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କର ସମାଲୋଚନା ପରେ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରି ଥିଲା। ଏହା ବିଜେପିକୁ ବଡ଼ ଅକଳ ସ୍ଥିତିରେ ପକାଇଥିଲା। ତେବେ ବିଜେପିରୁ ଅନ୍ୟ କେହି ଯଶବନ୍ତଙ୍କ କଥାକୁ କାଟିବା ପୂର୍ବରୁ ଏହାର ଜବାବ ଦେଇଛନ୍ତି ଜୟନ୍ତ ସିହ୍ନା। ଜୟନ୍ତ ହେଉଛନ୍ତି ଯଶବନ୍ତଙ୍କ ପୁଅ ତଥା କେନ୍ଦ୍ର ମନ୍ତ୍ରୀ। […]

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 06:31 AM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ଯଶବନ୍ତ ସିହ୍ନା। ସେ ଅଟଳ ବିହାରୀ ବାଜପେୟୀ ସରକାରରେ ଅର୍ଥ ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କର ସମାଲୋଚନା ପରେ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରି ଥିଲା। ଏହା ବିଜେପିକୁ ବଡ଼ ଅକଳ ସ୍ଥିତିରେ ପକାଇଥିଲା। ତେବେ ବିଜେପିରୁ ଅନ୍ୟ କେହି ଯଶବନ୍ତଙ୍କ କଥାକୁ କାଟିବା ପୂର୍ବରୁ ଏହାର ଜବାବ ଦେଇଛନ୍ତି ଜୟନ୍ତ ସିହ୍ନା। ଜୟନ୍ତ ହେଉଛନ୍ତି ଯଶବନ୍ତଙ୍କ ପୁଅ ତଥା କେନ୍ଦ୍ର ମନ୍ତ୍ରୀ। ସେ ବାପାଙ୍କ ମତାମତକୁ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି,“ଆମେ ଏକ ନୂଆ ଓ ମଜବୁତ ଅର୍ଥ ବ୍ୟବସ୍ଥା ପ୍ରସ୍ତୁତ କରୁଛୁ। ଏହା ଦୀର୍ଘ ମିଆଦି ସୂତ୍ରରେ ଦେଶକୁ ଫାଇଦା ଦେବ।”

ବାପାଙ୍କ ମତାମତ ଉପରେ ଅସହମତି ପ୍ରକାଶ କରି ସେ କହିଛନ୍ତି,“ଗୋଟିଏ ଦୁଇଟି ତ୍ରୈମାସିକ ତଥ୍ୟ ଆଧାରରେ ସରକାରଙ୍କ ଆର୍ଥିକ ବ୍ୟବସ୍ଥାକୁ ମୂଲ୍ୟାଙ୍କନ କରାନଯାଉ।”

ଇଂରାଜୀ ଖବର କାଗଜ ଦ ଟାଇମ୍ସ ଅଫ୍ ଇଣ୍ଡିଆରେ ଜୟନ୍ତ ଲେଖିଥିବା ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି ଯେ ସରକାର ଅର୍ଥ ବ୍ୟବସ୍ଥାରେ ସରକାର ଯେଉଁ ପରିବର୍ତ୍ତନ କରୁଛନ୍ତି ତାହା ‘ନ୍ୟୁ ଇଣ୍ଡିଆ’ ପାଇଁ ବେଶ୍ ଜରୁରୀ। ଦେଶରେ ଯେଉଁ ନୂଆ ଅର୍ଥନୈତିକ ବ୍ୟବସ୍ଥା ପ୍ରସ୍ତୁତ ହେଉଛି ତାହା ଅତ୍ୟନ୍ତ ସ୍ୱଚ୍ଛ ଓ ଏଥିରେ ଲକ୍ଷ ଲକ୍ଷ ଲୋକ ଚାକିରି ପାଇବେ। ସେ ଲେଖିଛନ୍ତି, ଜିଏସ୍‌ଟି, ନୋଟ୍‌ବନ୍ଦୀ ଓ ଡିଜିଟାଲ୍ ପେମେଣ୍ଟ ସରକାରଙ୍କ ଗେମ୍‌ଚେଞ୍ଜିଂ ପ୍ରୟାସ। ଆଗାମୀ ଦିନଗୁଡ଼ିକରେ ଏହା ସୁଫଳ ସମସ୍ତେ ଦେଖିପାରିବେ।

ଏହା ପୂର୍ବରୁ ଜୟନ୍ତଙ୍କ ବାପା ଯଶବନ୍ତ ଏକ ଇଂରାଜୀ ଖବର କାଗଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନୋଟ୍‌ବନ୍ଦୀ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଥିଲେ। ସେ ଲେଖିଥିଲେ ଯେ ନୋଟ୍‌ବନ୍ଦୀ ଖସୁଥିବା ଜିଡିପିରେ ନିଆଁରେ ତେଲ ଢାଳିବା ଭଳି କାର୍ଯ୍ୟ କରିଛି। ଅର୍ଥମନ୍ତ୍ରୀ ସବୁ ଭାରତୀୟଙ୍କୁ ଗରିବୀକୁ ଖୁବ୍ ପାଖରୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଲେଖିଥିଲେ।

Related story