ହତ୍ୟା ଅଭିଯୁକ୍ତଙ୍କ ସହ ଫଟୋ ଉଠାଇ ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ହତ୍ୟା ଅଭିଯୁକ୍ତଙ୍କ ସହ ଜୟନ୍ତଙ୍କ ଫଟୋକୁ ନେଇ ଏବେ ତେଜୁଛି ବିବାଦ। ଝାଡ଼ଖଣ୍ଡ ରାମଗଡ଼ ଅଞ୍ଚଳର ଜଣେ ବେପାରୀଙ୍କୁ ପିଟି ପିଟି ହତ୍ୟା କରିଥିଲେ ୪ରୁ ୫ ଜଣ ଯୁବକ।  ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଫଟୋ ଉଠାଇବାକୁ ନେଇ ଏବେ ସମାଲୋଚନାର ଶିକାର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୟନ୍ତ । ସେପଟେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜୟନ୍ତ ସିହ୍ନା । ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ରାଞ୍ଚି ହାଇକୋର୍ଟ ଖଣ୍ଡନ […]

k-888

k-888

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 08:11 PM IST

Sports

Latest News

ନୂଆଦିଲ୍ଲୀ: ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ହତ୍ୟା ଅଭିଯୁକ୍ତଙ୍କ ସହ ଜୟନ୍ତଙ୍କ ଫଟୋକୁ ନେଇ ଏବେ ତେଜୁଛି ବିବାଦ। ଝାଡ଼ଖଣ୍ଡ ରାମଗଡ଼ ଅଞ୍ଚଳର ଜଣେ ବେପାରୀଙ୍କୁ ପିଟି ପିଟି ହତ୍ୟା କରିଥିଲେ ୪ରୁ ୫ ଜଣ ଯୁବକ।  ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଫଟୋ ଉଠାଇବାକୁ ନେଇ ଏବେ ସମାଲୋଚନାର ଶିକାର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୟନ୍ତ । ସେପଟେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜୟନ୍ତ ସିହ୍ନା ।

ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ରାଞ୍ଚି ହାଇକୋର୍ଟ ଖଣ୍ଡନ କରିଛନ୍ତି।  ଏହାସହ ଜାମିନ୍ ମଧ୍ୟ ପ୍ରଦାନ କରିଛନ୍ତି। ତେଣୁ ଏନେଇ ବିବାଦ ସୃଷ୍ଟି କରିବା ଅପ୍ରାସଙ୍ଗିକ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ରାମଗଡ଼ର ବ୍ୟବସାୟୀ ଅଲ୍ଲିମୁଦ୍ଦିନଙ୍କୁ ଗୋମାଂସ ଚାଲାଣ ଅଭିଯୋଗରେ ପିଟି ପିଟି ହତ୍ୟା କରାଯାଇଥିଲା। ମାମଲାରେ ସ୍ଥାନୀୟ ବିଜେପି ନେତାଙ୍କ ସମେତ ୧୧ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ ଜିଲ୍ଲା କୋର୍ଟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos