ବିଜେପିରେ ମିଶିବେ ଜୟାପ୍ରଦା!

ନୂଆଦିଲ୍ଲୀ: ବରିଷ୍ଠ ଅଭିନେତ୍ରୀ ଜୟାପ୍ରଦା ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ସେ ଆସନ୍ତାକାଲି ବିଧିବଦ୍ଧ ଭାବେ ପଦ୍ମ ଧରିବେ ଏବଂ ଦଳ ତାଙ୍କୁ ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ରାମପୁର ଆସନରୁ ଜୟାପ୍ରଦା ୨୦୦୪ରୁ ୨୦୧୪ ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ସେ ସମାଜବାଦୀ ପାର୍ଟିରୁ ହିଁ ନିର୍ବାଚନ ଲଢ଼ି ଆସୁଥିଲେ। ଯଦି ସେ ବିଜେପିରେ ମିଶି ରାମପୁର ଆସନରେ […]

j1

Hemant Lenka
  • Published: Monday, 25 March 2019
  • , Updated: 25 March 2019, 09:02 PM IST

ନୂଆଦିଲ୍ଲୀ: ବରିଷ୍ଠ ଅଭିନେତ୍ରୀ ଜୟାପ୍ରଦା ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ସେ ଆସନ୍ତାକାଲି ବିଧିବଦ୍ଧ ଭାବେ ପଦ୍ମ ଧରିବେ ଏବଂ ଦଳ ତାଙ୍କୁ ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏହି ରାମପୁର ଆସନରୁ ଜୟାପ୍ରଦା ୨୦୦୪ରୁ ୨୦୧୪ ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ସେ ସମାଜବାଦୀ ପାର୍ଟିରୁ ହିଁ ନିର୍ବାଚନ ଲଢ଼ି ଆସୁଥିଲେ।

ଯଦି ସେ ବିଜେପିରେ ମିଶି ରାମପୁର ଆସନରେ ପ୍ରାର୍ଥୀ ହୁଅନ୍ତି, ତା’ହେଲେ ତାଙ୍କର ସିଧାସଳଖ ଲଢ଼େଇ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ସହ ହେବ। ଜୟାପ୍ରଦା ପୂର୍ବରୁ ଆଜମ ଖାନ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଆଜମ ଖାନ୍‌ ତାଙ୍କୁ ଏସିଡ୍‌ରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ମଧ୍ୟ ସେ କହିଥିଲେ।

ଜୟାପ୍ରଦା ଦୀର୍ଘ ବର୍ଷ ଅଭିନୟ କରିବା ପରେ ୧୯୯୪ରେ ଟିଡିପିରେ ଯୋଗଦେଇ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମତ ପାର୍ଥକ୍ୟ ହେବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ।

ଟିଡିପିରୁ ବାହାରି ସେ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। କିନ୍ତୁ ୨୦୧୦ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ବହିଷ୍କାର କରିଥିଲା। ୨୦୧୪ରେ ସେ ଆରଏଲ୍‌ଡିରେ ଯୋଗଦେଇଥିଲେ। ୨୦୦୪ରୁ ନିର୍ବାଚନ ଜିତି ଆସୁଥିବା ଜୟାପ୍ରଦା କିନ୍ତୁ ୨୦୧୪ରେ ପରାସ୍ତ ହୋଇଥିଲେ।

Related story