ସୁଷମାଙ୍କ ପଦାଙ୍କ ଅନୁସରଣ କଲେ ଜୟଶଙ୍କର, କେମିତି ଜଣେ ମହିଳାଙ୍କ ଟ୍ୱିଟର ଜବାବ ଦେଲେ ନଜର ପକାନ୍ତୁ

ନୂଆଦିଲ୍ଲୀ: ମୋଦିଙ୍କ ପ୍ରଥମ ସରକାରର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବେ ସରକାରରେ ସାମିଲ ହୋଇନାହାନ୍ତି। କିନ୍ତୁ ତାଙ୍କ ଉତ୍ତରାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପୂର୍ବତନ ବୈଦେଶିକ ସଚିବ ଏସ.ଜୟଶଙ୍କର ସୁଷମାଙ୍କ ପଦାଙ୍କ ଅନୁସରଣ କରୁଥିବା ଦେଖିବାକୁ ମିଳିଛି। Our Ambassador @harshvshringla is on the job. Please share with him all the details @IndianEmbassyUS https://t.co/a55jI6XHiY — Dr. S. Jaishankar (@DrSJaishankar) June 1, 2019 ଶନିବାର ଦିନ […]

sushama s jay shankar

Subhransu Sekhar
  • Published: Sunday, 02 June 2019
  • , Updated: 02 June 2019, 04:04 PM IST

ନୂଆଦିଲ୍ଲୀ: ମୋଦିଙ୍କ ପ୍ରଥମ ସରକାରର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବେ ସରକାରରେ ସାମିଲ ହୋଇନାହାନ୍ତି। କିନ୍ତୁ ତାଙ୍କ ଉତ୍ତରାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପୂର୍ବତନ ବୈଦେଶିକ ସଚିବ ଏସ.ଜୟଶଙ୍କର ସୁଷମାଙ୍କ ପଦାଙ୍କ ଅନୁସରଣ କରୁଥିବା ଦେଖିବାକୁ ମିଳିଛି।

ଶନିବାର ଦିନ ଜଣେ ମହିଳା ଟ୍ୱିଟ୍ କରି ନିଜ ଦୁଇ ବର୍ଷର ଝିଅ ପାଇଁ ନୂଆ ବୈଦେଶିକ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ। ସେ କହିଥିଲେ ତାଙ୍କ ଦୁଇ ବର୍ଷର ଝିଅ ଆମେରିକାରେ ରହିଛି। ତାଙ୍କ ଝିଅକୁ ପାଇବା ପାଇଁ ସେ ୬ ମାସ ଧରି ପ୍ରୟାସ କରୁଛନ୍ତି। ହେଲେ ସଫଳ ହୋଇନାହାନ୍ତି। ଏହାପରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରତିକ୍ରିୟାରେ କହିଛନ୍ତି ଆମେରିକାରେ ଅବସ୍ଥାପିତ ଦୂତାବାସ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଇ ଦିଆଯାଇଛି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ ସେ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସୁଷମା ସ୍ୱରାଜ ବୈଦେଶିକ ମନ୍ତ୍ରୀ ଥିବା ବେଳେ ସାଧାରଣ ଲୋକଙ୍କ ଟ୍ୱିଟର ଜବାବ ଦେଉଥିଲେ। ଏମିତିକି କିଏ ବିଦେଶରେ ଥାଇ ଅସୁବିଧାରେ ପଡ଼ି ସାହାଯ୍ୟ ମାଗିଲେ ସେହି ଟ୍ୱିଟର ମାଧ୍ୟମରେ ସମସ୍ୟାର ସମାଧାନ କରୁଥିଲେ ସୁଷମା।

ଏବେ ନୂଆ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଦାୟିତ୍ୱ ଗ୍ରହଣ କରିବା ପରେ ସୁଷମାଙ୍କ ଭଳି ଲୋକଙ୍କ ସମସ୍ୟା ସମାଧାନ କରିପାରିବେ କି ନାହିଁ, ସେ ନେଇ ନାନା ଆଲୋଚନା ହେଉଥିଲା। ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ଏସ. ଜୟଶଙ୍କର କହିଥିଲେ ସେ ସୁଷମା ସ୍ୱରାଜଙ୍କ ଉତ୍ତରାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ଗର୍ବିତ। ଅସୁବିଧାରେ ଥିବା ପ୍ରତ୍ୟେକ ଲୋକଙ୍କୁ ସେ ସହଯୋଗ କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି କହିଥିଲେ।

Related story