ବିହାର ବାହାରେ ଏକାକୀ ନିର୍ବାଚନ ଲଢ଼ିବ ଜେଡିୟୁ
ପାଟନା: ବିଜେପି-ଜେଡିୟୁ ମେଣ୍ଟ ବିହାରରେ ସୀମିତ। ଜନତା ଦଳ ୟୁନାଇଟେଡ (ଜେଡିୟୁ) ବିହାରକୁ ବାଦ ଦେଇ ଅନ୍ୟ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ। ଆଜି ଜେଡିୟୁରେ ବସିଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଜମ୍ମୁ କଶ୍ମୀର, ଦିଲ୍ଲୀ, ଝାରଖଣ୍ଡ, ହରିଆଣା ବିଧାନସଭା ନିର୍ବାଚନରେ ମଧ୍ୟ ଜେଡିୟୁ ନିଜର ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ବିହାର ଏବଂ ଏହି ସବୁ ରାଜ୍ୟରେ ଜେଡିୟୁ ତା’ର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ […]
ପାଟନା: ବିଜେପି-ଜେଡିୟୁ ମେଣ୍ଟ ବିହାରରେ ସୀମିତ। ଜନତା ଦଳ ୟୁନାଇଟେଡ (ଜେଡିୟୁ) ବିହାରକୁ ବାଦ ଦେଇ ଅନ୍ୟ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ। ଆଜି ଜେଡିୟୁରେ ବସିଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଆଗାମୀ ଦିନରେ ଜମ୍ମୁ କଶ୍ମୀର, ଦିଲ୍ଲୀ, ଝାରଖଣ୍ଡ, ହରିଆଣା ବିଧାନସଭା ନିର୍ବାଚନରେ ମଧ୍ୟ ଜେଡିୟୁ ନିଜର ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ବିହାର ଏବଂ ଏହି ସବୁ ରାଜ୍ୟରେ ଜେଡିୟୁ ତା'ର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏବେ ବିହାରରେ ବିଜେପି ଓ ଜେଡିୟୁ ମେଣ୍ଚ ସରକାର ଚାଲିଛି। ଆସନ୍ତାବର୍ଷ ବିହାର ବିଧାନସଭା ନିର୍ବାଚନ ରହିଛି।
ଏହି ବୈଠକରେ ଜେଡିୟୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପସଭାପତି ପ୍ରଶାନ୍ତ କିଶୋର, ଦଳର ସମସ୍ତ ବିଧାୟକ ଓ ସାଂସଦ ମାନେ ଯୋଗ ଦେଇଥିଲେ।