ଇସ୍ଲାମାବାଦ୍: ପୁଲ୍ୱାମା ଆତଙ୍କବାଦୀ ହମ୍ଲାର ପ୍ରତିକ୍ରିୟାରେ ଭାରତୀୟ, ଅନ୍ତର୍ଜାତୀୟ ରାଷ୍ଟ୍ରସମୂହ ଏବଂ ଭାରତ ସରକାରଙ୍କ ରଣହୁଙ୍କାରରେ ପାକିସ୍ତାନ ପଛକୁ ପାଦ ନେବା ଆରମ୍ଭ କରିଛି। ପ୍ରଥମେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ପାଇଁ ଓକିଲାତି ଆରମ୍ଭ କରିବା ପରେ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍ ଇମ୍ରାନଙ୍କୁ ନିରୀହତାର ସାର୍ଟିଫିକେଟ୍ ଦେବାର ପ୍ରୟାସ କରିଥିଲେ। ଏବେ ଲସ୍କର-ଇ-ତାଏବା ମୁଖ୍ୟ ହାଫିଜ୍ ସୟିଦ୍ ଏବଂ ଜୈଶ୍-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାରକୁ ଲୁଚିବାକୁ ନିର୍ଦ୍ଦେଶ ଦେଇଛି ପାକ୍ ସେନା।
ସେମାନଙ୍କୁ ସର୍ବସାଧାରଣରେ କମ୍ ଆସିବାକୁ ନିର୍ଦ୍ଦେଶ ଦେଇଛି ପାକ୍ ସେନା। ଅନ୍ତର୍ଜାତୀୟ ସ୍ତରରେ ବଢ଼ୁଥିବା ଚାପରୁ ମୁକ୍ତି ପାଇବା ପାଇଁ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏହାପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ଯେ, ଜୈଶ୍ ଆତଙ୍କୀ ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହାର କରିଥବା ଆରଡିଏକ୍ସ ପାକିସ୍ତାନ ସେନା ହିଁ ଯୋଗାଇଥିଲା।
ଯଦିଓ କେହି ପାକିସ୍ତାନୀ ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ପାକିସ୍ତାନ ଅସ୍ୱୀକାର କରିଆସୁଛି, ଇମ୍ରାନ୍ ଖାନ୍ ପ୍ରମାଣର ବାହାନା ଦେଖାଇ ଖସିଯିବାର ବାହାନା ଖୋଜିଥିଲେ। ଏହାର ପ୍ରତିକ୍ରିୟାରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ପାକିସ୍ତାନର ବାହାନା ଚିରାଚରିତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।