ପ୍ଲେନ୍‌ରେ ହାଇଜାକରଙ୍କ ଧମକପୂର୍ଣ୍ଣ ଚିଠି: ଦିଲ୍ଲୀ ନ ଯାଇ ଅହମ୍ମାଦାବାଦରେ ଓହ୍ଲାଇଲା ଜେଟ୍‌ ଏୟାରୱେଜ୍‌ର ବିମାନ

ଅହମ୍ମଦାବାଦ: ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଜେଟ୍ ଏୟାରୱେଜର ଏକ ବିମାନକୁ ସୋମବାର ହାଇଜାକ୍‌ କରିବାକୁ ଧମକ ମିଳିବା ପରେ ଏହାକୁ ଅହମ୍ମଦାବାଦରେ ଜରୁରୀ ଅବତରଣ କରାଯାଇଛି। ଫ୍ଲାଟ୍‌ର ବାଥରୁମ୍‌ରୁ ହାଇଜାକରଙ୍କ ଦ୍ୱାରା ଲେଖା ଯାଇଥିବା ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଏପରି ସତର୍କତା ଅବଲମ୍ବନ କରାଯାଇଥିଲା। ଚିଠିରେ ଉଲ୍ଲେଖ ରହିଛି, ପ୍ଲେନ୍‌କୁ ଦିଲ୍ଲୀ ନ ନେଇ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)ରେ ଲ୍ୟାଣ୍ଡ କରାଯାଉ। ଏହି ଚିଠି ରଖିଥିବା ଯାତ୍ରୀଙ୍କ ପରିଚୟ ମିଳିଛି ଓ ସୁରକ୍ଷାକର୍ମୀ […]

jet

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 03:52 PM IST

ଅହମ୍ମଦାବାଦ: ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଜେଟ୍ ଏୟାରୱେଜର ଏକ ବିମାନକୁ ସୋମବାର ହାଇଜାକ୍‌ କରିବାକୁ ଧମକ ମିଳିବା ପରେ ଏହାକୁ ଅହମ୍ମଦାବାଦରେ ଜରୁରୀ ଅବତରଣ କରାଯାଇଛି। ଫ୍ଲାଟ୍‌ର ବାଥରୁମ୍‌ରୁ ହାଇଜାକରଙ୍କ ଦ୍ୱାରା ଲେଖା ଯାଇଥିବା ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଏପରି ସତର୍କତା ଅବଲମ୍ବନ କରାଯାଇଥିଲା।

ଚିଠିରେ ଉଲ୍ଲେଖ ରହିଛି, ପ୍ଲେନ୍‌କୁ ଦିଲ୍ଲୀ ନ ନେଇ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)ରେ ଲ୍ୟାଣ୍ଡ କରାଯାଉ। ଏହି ଚିଠି ରଖିଥିବା ଯାତ୍ରୀଙ୍କ ପରିଚୟ ମିଳିଛି ଓ ସୁରକ୍ଷାକର୍ମୀ ତାଙ୍କୁ ଅଟକ ରଖିଛନ୍ତି। ତାଙ୍କୁ ନୋ ଫ୍ଲାଏ ଲିଷ୍ଟରେ ରଖାଯାଇପାରେ।

ସୂଚନାଯୋଗ୍ୟ, ବିମାନ ନମ୍ବର 9W339 ବିଳମ୍ବିତ ରାତି ପ୍ରାୟ ୨ଟା ୫୫ରେ ମୁମ୍ବାଇରୁ ଉଡାଣ ଆରମ୍ଭ କରିଥିଲା। ପରେ ରାତି ୩ଟା ୪୫ରେ ଏହାକୁ ଅହମ୍ମଦାବାଦରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବମାନର ଜଣେ ଯାତ୍ରି କହିଛନ୍ତି, ସୁରକ୍ଷା କରଣରୁ ବିମାନର ମାର୍ଗ ପରିବର୍ତ୍ତନ କରାଯିବା ସହ ସବୁ ଯାତ୍ରୀ ଓହ୍ଲାଇବା ପରେ ସେମାନଙ୍କ ଯାଞ୍ଚ କରାଯାଇଥିଲା।

Related story