ଜୟପୁର: ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ଜୟପୁର: ରାଜସ୍ଥାନର ବାଡ଼ମେରରେ ଆଜି ସକାଳେ ବାୟୁସେନାର ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ପାଇଲଟ୍‌ ସୁରକ୍ଷିତ ଅଛନ୍ତି। ବିମାନଟି ଏୟାର ଫୋର୍ସ ଷ୍ଟେସନ୍‌ ନିକଟରେ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାର ସମ୍ପର୍କରେ ଜାଣିବା ପରେ ଏୟାର ଫୋର୍ସ ଓ ଏକ୍ସପର୍ଟ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେନେଇ ସନ୍ଧାନ କରାଯାଉଛି।  ଦୁର୍ଘଟଣାରେ କୌଣସି ଧନଜୀବନ ନଷ୍ଟ ହୋଇଥିବାର ସୂଚନା ନାହିଁ।

mig

Rakesh Mallick
  • Published: Saturday, 10 September 2016
  • , Updated: 10 September 2016, 02:14 PM IST

ଜୟପୁର: ରାଜସ୍ଥାନର ବାଡ଼ମେରରେ ଆଜି ସକାଳେ ବାୟୁସେନାର ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ପାଇଲଟ୍‌ ସୁରକ୍ଷିତ ଅଛନ୍ତି। ବିମାନଟି ଏୟାର ଫୋର୍ସ ଷ୍ଟେସନ୍‌ ନିକଟରେ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାର ସମ୍ପର୍କରେ ଜାଣିବା ପରେ ଏୟାର ଫୋର୍ସ ଓ ଏକ୍ସପର୍ଟ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେନେଇ ସନ୍ଧାନ କରାଯାଉଛି।

 ଦୁର୍ଘଟଣାରେ କୌଣସି ଧନଜୀବନ ନଷ୍ଟ ହୋଇଥିବାର ସୂଚନା ନାହିଁ।

Related story