ଝାବୁଆ ବିସ୍ଫୋରଣ : ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର କଶାୱାଙ୍କ ସ୍ତ୍ରୀ ଅଟକ

ଝାବୁଆ: ଝାବୁଆ ବିସ୍ଫୋରଣରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର କଶାୱାଙ୍କ ସ୍ତ୍ରୀ ପ୍ରମିଳାଙ୍କୁ ବୁଧବାର ପୋଲିସ ଅଟକ ରଖି ପଚରାଉଚରା କରିଛି।  ଝାବୁଆ ଏସପି ଜିଜି ପାଣ୍ଡେ କହିଛନ୍ତି ଯେ, ପ୍ରମିଳା କଶାୱାଙ୍କୁ ଜେରା କରିଛି।  ରାଜେନ୍ଦ୍ରଙ୍କ ଠିକଣା ସହ ଏଥିରେ କିଏ କିଏ ସମ୍ପୃକ୍ତ ରହିଛନ୍ତି ସେନେଇ ପ୍ରମିଳାଙ୍କୁ ପଚରାଉଚୁରା କରାଯାଇଛି। ଏହା ସହ ଜିଲ୍ଲା ଏସିପି ସୀମା ଆଲୱା କହିଛନ୍ତି ଯେ ବିସ୍ଫୋରଣ ସହ ସମ୍ପୃକ୍ତ ଥିବା କଶାୱା ଓ ତାର ସହଯୋଗୀଙ୍କୁ […]

People stand near the site of an explosion in Jhabua district at Madhya Pradesh

Rakesh Mallick
  • Published: Wednesday, 16 September 2015
  • , Updated: 16 September 2015, 06:32 PM IST

ଝାବୁଆ: ଝାବୁଆ ବିସ୍ଫୋରଣରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର କଶାୱାଙ୍କ ସ୍ତ୍ରୀ ପ୍ରମିଳାଙ୍କୁ ବୁଧବାର ପୋଲିସ ଅଟକ ରଖି ପଚରାଉଚରା କରିଛି।  ଝାବୁଆ ଏସପି ଜିଜି ପାଣ୍ଡେ କହିଛନ୍ତି ଯେ, ପ୍ରମିଳା କଶାୱାଙ୍କୁ ଜେରା କରିଛି।  ରାଜେନ୍ଦ୍ରଙ୍କ ଠିକଣା ସହ ଏଥିରେ କିଏ କିଏ ସମ୍ପୃକ୍ତ ରହିଛନ୍ତି ସେନେଇ ପ୍ରମିଳାଙ୍କୁ ପଚରାଉଚୁରା କରାଯାଇଛି।

ଏହା ସହ ଜିଲ୍ଲା ଏସିପି ସୀମା ଆଲୱା କହିଛନ୍ତି ଯେ ବିସ୍ଫୋରଣ ସହ ସମ୍ପୃକ୍ତ ଥିବା କଶାୱା ଓ ତାର ସହଯୋଗୀଙ୍କୁ ଧରିବାକୁ ତାଙ୍କ ସ୍ତ୍ରୀଙ୍କୁ ଅଟକ ରଖାଯାଇଛି। ଏହା ସହିତ ତାଙ୍କ ପରିବାରର ଆଉ କିଛି ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ନାମ ପ୍ରକାଶ କରାଯାଇପାରିବ ନାହିଁ।

ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର କଶାୱାଙ୍କୁ ଧରାଇ ଦେଲେ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ ବୋଲି ମଧ୍ୟ ପ୍ରଦେଶ ସରକାର ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଝାବୁଆର ପେଟଲୱାଦ ଠାରେ ଏକ ରେଷ୍ଟୁରାଣ୍ଟରେ ଗ୍ୟାସ୍ ସିଲିଣ୍ଡର ଫାଟି ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଉକ୍ତ ରେଷ୍ଟୁରାଣ୍ଟରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଯୋଗୁଁ ବିସ୍ଫୋରଣର ଭୟାନକ ହୋଇଥିଲା ବୋଲି ପୋଲିସ୍ କହିଛି। ଏହି ଘଟଣା ପରେ ଉକ୍ତ ରେଷ୍ଟୁରାଣ୍ଟରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ମଧ୍ୟ କରାଯାଇଥିଲା।

Related story