ଝାଡଖଣ୍ଡ: ସଡକ ଦୁର୍ଘଟଣାରେ ୫ ମହିଳାଙ୍କ ସମେତ ୧୩ କାଉଡିଆ ମୃତ

ରାଞ୍ଚି: ଝାଡଖଣ୍ଡର ସରେଇକେଲା ଖରସାମା ଜିଲ୍ଲାରେ ଆଜି ସକାଳୁ ଟ୍ରକ ଓ ବସ୍ ମୁହାଁମୁହିଁ ଧକ୍କା ଘଟି ୫ ମହିଳାଙ୍କ ସମେତ ୧୩ କାଉଡିଆଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୧ ଆହତ ହୋଇଛନ୍ତି। ଆହତମାନଙ୍କୁ ମହାତ୍ମାଗାନ୍ଧି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଟ୍ରକଟି ରାଞ୍ଚିରୁ ଜାମସେଦପୁର ଯାଉଥିବାବେଳେ ବିପରୀତ ଦିଗରୁ ରାଞ୍ଚି ଆସୁଥିବା ବସ ସହ ବାରୁଦା ନିକଟରେ ଧକ୍କା ହୋଇଥିଲା। ବସରେ ଥିବା କାଉଡିଆମାନେ ଦେଓଘର ଯାଇ ସେଠାରୁ ପୁରୀ ଯାଇଥିଲେ। ପୁରୀରୁ ସେମାନେ ରାଞ୍ଚି […]

accident

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 07:23 AM IST

ରାଞ୍ଚି: ଝାଡଖଣ୍ଡର ସରେଇକେଲା ଖରସାମା ଜିଲ୍ଲାରେ ଆଜି ସକାଳୁ ଟ୍ରକ ଓ ବସ୍ ମୁହାଁମୁହିଁ ଧକ୍କା ଘଟି ୫ ମହିଳାଙ୍କ ସମେତ ୧୩ କାଉଡିଆଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୧ ଆହତ ହୋଇଛନ୍ତି। ଆହତମାନଙ୍କୁ ମହାତ୍ମାଗାନ୍ଧି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ଟ୍ରକଟି ରାଞ୍ଚିରୁ ଜାମସେଦପୁର ଯାଉଥିବାବେଳେ ବିପରୀତ ଦିଗରୁ ରାଞ୍ଚି ଆସୁଥିବା ବସ ସହ ବାରୁଦା ନିକଟରେ ଧକ୍କା ହୋଇଥିଲା। ବସରେ ଥିବା କାଉଡିଆମାନେ ଦେଓଘର ଯାଇ ସେଠାରୁ ପୁରୀ ଯାଇଥିଲେ। ପୁରୀରୁ ସେମାନେ ରାଞ୍ଚି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ମୃତକ ମାନଙ୍କ ଘର ବିହାର ସୀବାନ୍ ଜିଲ୍ଲାର ବୋଲି ଜଣାପଡିଛି।

Related story