ମନ୍ତ୍ରୀଙ୍କୁ କରୋନା, ସଂଗରୋଧରେ ରହିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମନ୍ତ୍ରିମଣ୍ଡଳରେ ଥିବା ଜଣେ ସଦସ୍ୟ ମହାମାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ମନ୍ତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିବାରୁ ଶାସନ କଳରେ ଥିବା ନେତା ଓ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା ବଢ଼ିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ସଂକ୍ରମଣ ଭୟରେ ନିଜକୁ କ୍ୱାରେଣ୍ଟାଇନ କରିନେଇଛନ୍ତି।

ରାଞ୍ଚି ସ୍ଥିତ ବାସଭବନରେ ସେ ୧୪ ଦିନ ସଂଗରୋଧରେ ରହିବେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜକୁ କ୍ୱାରେଣ୍ଟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ ନିଷେଦ୍ଧ।

ମଙ୍ଗଳବାର କରୋନାରେ ଆକ୍ରାନ୍ତ ହୋଇଥିବା ମନ୍ତ୍ରୀ ମିଥଲେଶ ଠାକୁରଙ୍କ ସଂସ୍ପର୍ଶରେ ମୁଖ୍ୟମନ୍ତ୍ରୀ ଆସିଥିଲେ। ତେଣୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସିଏମଓ କାର୍ଯ୍ୟାଳୟରେ ଥିବା କର୍ମଚାରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କ୍ୱାରେଣ୍ଟାଇନରେ ରହିବାକୁ କହିଛନ୍ତି।

ଅନ୍ୟପକ୍ଷରେ ହେମନ୍ତ ସୋରେନଙ୍କର କରୋନା ଟେଷ୍ଟ ମଧ୍ୟ କରାଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ଖୁବଶୀଘ୍ର ନମୁନା ସଂଗ୍ରହ କରାଯିବ। ମଙ୍ଗଳବାର ମନ୍ତ୍ରୀ ଠାକୁରଙ୍କ ସହ ଜେଏମଏମର ବିଧାୟକ ମାଥୁର ମାହୋତା ବି କରୋନାରେ ଆକ୍ରାନ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ

୮,୭୦୦ କୋଟି ପ୍ରତିରକ୍ଷା ଚୁକ୍ତିକୁ ଅନୁମୋଦନ

‘ନିକମା’ ଭଳି ଶବ୍ଦକୁ ଭୁଲି ଆଗକୁ ବଢ଼ିପାରିବେ ତ ସଚିନ ପାଇଲଟ?

ଆଗାମୀ ଲୋକସଭା ନିର୍ବାଚନରେ କିଏ ହେବେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ?

ରୁଷ ଟିକାର ସୁରକ୍ଷା ଯାଞ୍ଚ କରିବା ଦରକାର ବୋଲି କହିଲା ଏମ୍ସ

ମୁଁ ଶୀଘ୍ର ଫେରିବି କହି ବ୍ରେକ ନେଲେ ସଞ୍ଜୟ ଦତ୍ତ

ଦେଶରେ ମୃତ୍ୟୁହାର ୨% ତଳକୁ ଖସିଲା, ଜାଣନ୍ତୁ ଏବେ କେତେ ପ୍ରତିଶତ ରହିଛି

ରାସ୍ତା କଡ଼ ଦୋକାନୀଙ୍କ ଠେଲା ଗାଡ଼ି ଓଲଟାଇ ଦେଲେ ପୁଲିସ ବାବୁ, ଭିଡିଓ ଭାଇରାଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ପୁଲିସର ଦ୍ୱାରସ୍ଥ ହେଲେ ସୁରଜ ପାଞ୍ଚୋଲି

୧୦୨ ଦିନ ପରେ ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା

ମାସ୍କ ନ ପିନ୍ଧି ଯୁକ୍ତି କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ

ବାପାପୁଅଙ୍କ ହାଜତ ମୃତ୍ୟୁ ମାମଲାର ଅଭିଯୁକ୍ତ ପୁଲିସ୍‌ ଅଧିକାରୀ କରୋନାରେ ମୃତ