ଝାରଖଣ୍ଡ: ଝାରଖଣ୍ଡର ହଜାରିବାଗ କୋର୍ଟ ପରିସରରେ ମଙ୍ଗଳବାର ଆତତାଇଙ୍କ ଫାଇରିଂ ଘଟଣାରେ ୩ଜଣ କଏଦିଙ୍କ ମୃତ୍ୟୁ ଘଟିଛି । ଆତତାଇମାନେ ଏକେ-୪୭ରେ ଫାଇରିଂ କରିଥିଲା । କୋର୍ଟ ପରିସରରେ ଜଣେ ଗ୍ୟାଙ୍ଗଷ୍ଟାର ଓ ଅନ୍ୟ ଦୁଇଜଣ କଏଦିଙ୍କୁ ବିଚାର ପାଇଁ ନିଆଯାଉଥିବାବେଳେ ବାଇକରେ ଆସି ଆତତାଇମାନ ମନଇଚ୍ଛା ଗୁଳି ଚଳାଇବା ସହ ବୋମା ଫିଙ୍ଗିଥିଲେ । ଘଟଣା ସ୍ଥଳରେ ଦୁଇଜଣ କଏଦିଙ୍କ ମୃତ୍ୟୁ ଘଟିଥବାବେଳେ ଗ୍ୟାଙ୍ଗଷ୍ଟାର ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହଜାରିବାଗରୁ ରାଞ୍ଚି ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏପରି ଘଟଣା ପରେ କୋର୍ଟ ପରିସରରେ ଆତଙ୍କ ଖଳିଯାଇଥଲା । ଲୋକ ଜୀବନବିକଳରେ ଦୌଡୁଥିବା ଦେଖିବାକୁ ମିଳିଥିଲା । ପୋଲିସ ଆତତାଇମାନେ ବ୍ୟବହାର କରିଥିବା ଏକେ-୪୭କୁ ପୋଲିସ ଜବତ କରିଛି ।