ଜିଗିଷା ହତ୍ୟାକାଣ୍ଡ ମାମଲା: ୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ, ଆଉ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ୍‌ କୋର୍ଟ ଆଜି ଆଇଟି କର୍ମଚାରୀ ଜିଗିଷା ଘୋଷ ହତ୍ୟାକାଣ୍ଡ ମାମଲାର ଦୁଇ ଅଭିଯୁକ୍ତ ରବି କପୁର ଓ ଅମିତ୍‌ ଶକ୍ଲାଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାର ତୃତୀୟ ଅଭିଯୁକ୍ତ ବଲଜିତ ମାଲିକ୍‌ଙ୍କୁ  ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ରବି କପୁରଙ୍କୁ ୨୦ ହଜାର, ଅମିତ୍‌ଙ୍କୁ ୧ ଲକ୍ଷ ଓ ବଲଜିତ୍‌ଙ୍କୁ ୩ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଗତ ସପ୍ତାହରେ କୋର୍ଟ ଏହି ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଇପିସି […]

murder

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 01:45 PM IST

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ୍‌ କୋର୍ଟ ଆଜି ଆଇଟି କର୍ମଚାରୀ ଜିଗିଷା ଘୋଷ ହତ୍ୟାକାଣ୍ଡ ମାମଲାର ଦୁଇ ଅଭିଯୁକ୍ତ ରବି କପୁର ଓ ଅମିତ୍‌ ଶକ୍ଲାଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାର ତୃତୀୟ ଅଭିଯୁକ୍ତ ବଲଜିତ ମାଲିକ୍‌ଙ୍କୁ  ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ରବି କପୁରଙ୍କୁ ୨୦ ହଜାର, ଅମିତ୍‌ଙ୍କୁ ୧ ଲକ୍ଷ ଓ ବଲଜିତ୍‌ଙ୍କୁ ୩ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଗତ ସପ୍ତାହରେ କୋର୍ଟ ଏହି ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଆଇପିସି ଧାରା ୨୦୧(ପ୍ରମାଣ ନଷ୍ଟ କରିବା) ଧାରା ୩୬୪ (ହତ୍ୟା ପାଇଁ ଅପହରଣ), ଧାରା ୩୯୪(ଲୁଟ୍‌ କରିବା ସମୟରେ କ୍ଷତି ପହଞ୍ଚାଇବା) ୪୬୮, ୪୧୭, ୪୮୨ ଓ ଧାରା ୩୪ ଅନୁଯାୟୀ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ସୂଚନାଯୋଗ୍ୟ,  ୨୮ ବର୍ଷୀୟା ଜିଗିଷାଙ୍କୁ ୧୮ ମାର୍ଚ୍ଚ ୨୦୦୯ରେ ଅପହରଣ ପରେ ହତ୍ୟା କରାଯାଇଥିଲା।

Related story