Jio ଦେଲା ଦୀପାବଳି ଝଟକା: ୮୪ ଦିନିଆ ପ୍ଲାନ ପାଇଁ ଦେବାକୁ ପଡିବ ୪୫୯

ନୂଆଦିଲ୍ଲୀ: Jio ନିଜର ପ୍ରାଇମ୍‌ ମେମ୍ବରଙ୍କୁ ଦିପାବଳି ଝଟକା ଦେଇଛି। Jio ଆଜିଠାରୁ ଧନା ଧନା ଧନ ପ୍ୟାକ୍ତତର ଚାର୍ଚ୍ଚ ବଢାଇ ଦେଇଛି। ପୂର୍ବରୁ ଏହି ଯୋଜନାରେ Jio ଗ୍ରାହକଙ୍କୁ ୮୪ ଦିନ ପାଇଁ ୩୯୯ଟଙ୍କା ଦେବାକୁ ପଡୁଥିଲା। ଏବେ ଏହି ପ୍ୟାକ୍‌ ୪୫୯ ଟଙ୍କାରେ ମିଳିବ। ଆଜି ଅକ୍ଟୋବର ୧୯ରୁ ସମସ୍ତ ବର୍ତ୍ତମାନ ଏବଂ ନୂଆ ବ୍ୟବହାରକାରୀଙ୍କ ପାଇଁ ଏହା ଲାଗୁ ହେଉଛି। ପୂର୍ବପରି Jio ଗ୍ରାହକ ଦିନକୁ 1GB ହାଇସ୍ପିଡ୍ ଡାଟା ସହ ଅନଲିମିଟେଡ୍ […]

Rakesh Mallick
  • Published: Thursday, 19 October 2017
  • , Updated: 19 October 2017, 08:47 AM IST

ନୂଆଦିଲ୍ଲୀ: Jio ନିଜର ପ୍ରାଇମ୍‌ ମେମ୍ବରଙ୍କୁ ଦିପାବଳି ଝଟକା ଦେଇଛି। Jio ଆଜିଠାରୁ ଧନା ଧନା ଧନ ପ୍ୟାକ୍ତତର ଚାର୍ଚ୍ଚ ବଢାଇ ଦେଇଛି। ପୂର୍ବରୁ ଏହି ଯୋଜନାରେ Jio ଗ୍ରାହକଙ୍କୁ ୮୪ ଦିନ ପାଇଁ ୩୯୯ଟଙ୍କା ଦେବାକୁ ପଡୁଥିଲା। ଏବେ ଏହି ପ୍ୟାକ୍‌ ୪୫୯ ଟଙ୍କାରେ ମିଳିବ। ଆଜି ଅକ୍ଟୋବର ୧୯ରୁ ସମସ୍ତ ବର୍ତ୍ତମାନ ଏବଂ ନୂଆ ବ୍ୟବହାରକାରୀଙ୍କ ପାଇଁ ଏହା ଲାଗୁ ହେଉଛି। ପୂର୍ବପରି Jio ଗ୍ରାହକ ଦିନକୁ 1GB ହାଇସ୍ପିଡ୍ ଡାଟା ସହ ଅନଲିମିଟେଡ୍ ଭଏସ କଲ୍ ଏବଂ Jio app ର ସେବା ପାଇପାରିବେ।

ସେହିପରି ୧୪୯ ଟଙ୍କା ଯୋଜନା ଅନୁଯାୟୀ ଏବେ ପ୍ରତ୍ୟେକ ବିଲିଂ ସାଇକେଲରେ 2GB ବଦଳରେ 4GB ଡାଟା ମିଳିବ। ଏହା ବ୍ୟତୀତ ମାଗଣା ଭଏସ କଲ୍ ଓ Jio App ମିଳିବ।

ଅଧିକ ଡାଟା ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ Jio ୫୦୯ ଟଙ୍କାର ପ୍ଲାନ ଆଣିଛି। ଏଥିରେ ଗ୍ରାହକଙ୍କୁ ୪୯ ଦିନ ପର୍ଯ୍ୟନ୍ତ ପ୍ରତିଦିନ 2GB ଡାଟା ସହ ଫ୍ରି ଭଏସ କଲ ଓ Jio APP ସେବା ମିଳିବ।

ସେହିପରି Jio ‘ଲଙ୍ଗ ଟର୍ମ ନନ୍ ଏଫୟୁପି ପ୍ଲାନ୍’ ଅନୁଯାୟୀ ଏବେ ୯୯୯ ଟଙ୍କାରେ ୩ ମାସ ଯାଏଁ ୬୦ ଦିନ ହାଇସ୍ପିଡ୍ ଡାଟା ମିଳିବ। ସେହିପରି ୬ମାସ ପାଇଁ ୧୨୫ GB ହାଇସ୍ପିଡ୍ ଡାଟା ୧,୯୯୯ ଟଙ୍କାରେ ମିଳିବ। ୪,୯୯୯ ଟଙ୍କାର ଯୋଜନାରେ ୩୫୦ GB ହାଇସ୍ପିଡ୍ ଡାଟା ୧ବର୍ଷ ପାଇଁ ଉପଲବ୍ଧ ହେବ।

Related story