ଆପଣ JIO ବ୍ୟବହାରକାରୀ କି ? ସାବଧାନ! ବନ୍ଦ ହୋଇପାରେ ଫ୍ରି ଭଏସ୍ କଲ୍

ନୂଆଦିଲ୍ଲୀ: ଜିଓ ଲୋକଙ୍କୁ ଅନେକ ସୁବିଧା ଯୋଗାଇଦେଇଛି।ଏତେ ସବୁ ସୁବିଧା ଯୋଗେଇବା ପରେ ଏବେ ଜିଓ ସିମରେ ଫ୍ରି ଭଏସ୍ କଲିଂ ସେବାକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛି। ଯଦି ଆପଣ ଜିଓ ସିମ୍ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କୁ ବହୁତ କାମଦେବ। ଜିଓ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ଗ୍ରାହକମାନେ ଜିଓ ନିୟମର ପାଳନ କରିବେନି  ତେବେ ସେମାନଙ୍କ ଫ୍ରି ଭଏସ୍ କଲିଂ ସେବାକୁ ବନ୍ଦ କରିଦିଆଯିବ। ନିୟମ ଅନୁସାରେ […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 06:10 PM IST

ନୂଆଦିଲ୍ଲୀ: ଜିଓ ଲୋକଙ୍କୁ ଅନେକ ସୁବିଧା ଯୋଗାଇଦେଇଛି।ଏତେ ସବୁ ସୁବିଧା ଯୋଗେଇବା ପରେ ଏବେ ଜିଓ ସିମରେ ଫ୍ରି ଭଏସ୍ କଲିଂ ସେବାକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛି। ଯଦି ଆପଣ ଜିଓ ସିମ୍ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କୁ ବହୁତ କାମଦେବ। ଜିଓ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ଗ୍ରାହକମାନେ ଜିଓ ନିୟମର ପାଳନ କରିବେନି  ତେବେ ସେମାନଙ୍କ ଫ୍ରି ଭଏସ୍ କଲିଂ ସେବାକୁ ବନ୍ଦ କରିଦିଆଯିବ।

ନିୟମ ଅନୁସାରେ ଜିଓ ୟୁଜର୍ସ ଯଦି ଦୈନିକ 300 ମିନିଟ୍ ଭଏସ୍ କଲ କରନ୍ତି, ତେବେ କମ୍ପାନୀ ସମ୍ପୃକ୍ତ ନମ୍ବରକୁ ଯାଞ୍ଚ କରିବ। କମ୍ପାନୀର ନିୟମ ଅନୁସାରେ ଯଦି ଆପଣ ମାସକୁ 3000 ମିନିଟରୁ ଅଧିକ ଭଏସ୍ କଲ୍ କରୁଥିବେ କିମ୍ବା ଫୋନକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି,ତେବେ ଆପଣଙ୍କ ଫ୍ରି କଲିଂ ସେବା ବନ୍ଦ କରିଦିଆଯିବ। ଜିଓ ତାର ପୋଷ୍ଟପେଡ ଓ ପ୍ରିପେଡ ବ୍ୟବହାରକାରୀ ମାନଙ୍କ ପାଇଁ ସର୍ତ୍ତ କରିଥିବା ଏହି ନିୟମ ଉଲ୍ଲେଖ କରିଛି। ଜିଓ କହିଛି ଏହି ଫ୍ରି ଭଏସ୍ କଲିଂ ସେବା ୟୁଜର୍ସ ମାନଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ,ଯଦି ଏହି ସେବାକୁ କେହି ବ୍ୟବସାୟିକ କାମରେ ଲଗାଏ କିମ୍ବା ତା’ର ଦୁରୁପଯୋଗ କରେ  ତେବେ କମ୍ପାନୀ ଏହି ସେବାକୁ ତୁରନ୍ତ ବନ୍ଦ କରିଦେବ।

Related story