ଜିସା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସନ୍ତାକାଲି ଦୋଷୀକୁ ଦଣ୍ଡ

ଥିରୁଅନନ୍ତପୁରମ: କେରଳର ବହୁଚର୍ଚ୍ଚିତ ଜିସା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ଏର୍ଣ୍ଣାକୁଲମ୍ ପ୍ରିନ୍ସିପାଲ୍ ସେସନ୍ କୋର୍ଟ। ମାମଲାରେ ଅଭିଯୁକ୍ତ ଅମରୁଲ୍ ଇସଲାମ୍‌କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଏନେଇ ଆସନ୍ତାକାଲି ଦଣ୍ଡବିଧାନ କରାଯିବ। ଗତବର୍ଷ ଏପ୍ରିଲ ୨୮ରେ କେରଳର ପେରୁମ୍ଭାଭୋରରେ ନିର୍ମମ ଭାବେ ଆଇନ୍ ଛାତ୍ରୀ ଜିସାଙ୍କୁ ହତ୍ୟା କରାଯାଇଥିଲା। ଘରେ ଏକୁଟିଆ ଥିବା ବେଳେ ଜିସାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହକୁ ଆବର୍ଜନା ଗଦାରୁ ଉଦ୍ଧାର କରିଥିଲା ପୋଲିସ। […]

jisha case

Rakesh Mallick
  • Published: Tuesday, 12 December 2017
  • , Updated: 12 December 2017, 10:32 PM IST

ଥିରୁଅନନ୍ତପୁରମ: କେରଳର ବହୁଚର୍ଚ୍ଚିତ ଜିସା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ଏର୍ଣ୍ଣାକୁଲମ୍ ପ୍ରିନ୍ସିପାଲ୍ ସେସନ୍ କୋର୍ଟ। ମାମଲାରେ ଅଭିଯୁକ୍ତ ଅମରୁଲ୍ ଇସଲାମ୍‌କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଏନେଇ ଆସନ୍ତାକାଲି ଦଣ୍ଡବିଧାନ କରାଯିବ।

ଗତବର୍ଷ ଏପ୍ରିଲ ୨୮ରେ କେରଳର ପେରୁମ୍ଭାଭୋରରେ ନିର୍ମମ ଭାବେ ଆଇନ୍ ଛାତ୍ରୀ ଜିସାଙ୍କୁ ହତ୍ୟା କରାଯାଇଥିଲା। ଘରେ ଏକୁଟିଆ ଥିବା ବେଳେ ଜିସାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହକୁ ଆବର୍ଜନା ଗଦାରୁ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।  ଏହାର ୧୮ ମାସ ପରେ ଜିସାଙ୍କ ହତ୍ୟାକାରୀକୁ ଦଣ୍ଡ ମିଳିବାକୁ ଯାଉଛି।

Related story