ସେନାକୁ ନେଇ ଜେଏନୟୁ ବିଦ୍ୟାର୍ଥୀଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ସେନାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜେଏନୟୁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ସାଜିଦ ବିନ ସଇଦ। ଟ୍ୱିଟ୍ କରି ବିବାଦୀୟ ମନ୍ତବ୍ୟ ଦେବା ପରେ ସଇଦଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୁଲିସ ନିଜ ଆଡ଼ୁ ସଇଦଙ୍କ ନାମରେ ମାମଲା ରୁଜୁ କରିଛି। ଖୁବଶୀଘ୍ର ସଇଦଙ୍କୁ ଦିଲ୍ଲୀ ପୁଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ସଇଦ ଟ୍ୱିଟ୍ କରି କହିଥିଲେ, “ଭାରତୀୟ ସେନା ପାଇଁ କଶ୍ମୀରରେ ନରସଂହାର ବଢ଼ୁଛି। ଆରଏସଏସ ସୁବୁବେଳେ ଏଭଳି କରିଥାଏ। […]

Jnu Scholar Sajid Bin Saeed

Subhransu Sekhar
  • Published: Saturday, 25 July 2020
  • , Updated: 25 July 2020, 07:17 PM IST

ନୂଆଦିଲ୍ଲୀ: ସେନାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜେଏନୟୁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ସାଜିଦ ବିନ ସଇଦ। ଟ୍ୱିଟ୍ କରି ବିବାଦୀୟ ମନ୍ତବ୍ୟ ଦେବା ପରେ ସଇଦଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୁଲିସ ନିଜ ଆଡ଼ୁ ସଇଦଙ୍କ ନାମରେ ମାମଲା ରୁଜୁ କରିଛି। ଖୁବଶୀଘ୍ର ସଇଦଙ୍କୁ ଦିଲ୍ଲୀ ପୁଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ସଇଦ ଟ୍ୱିଟ୍ କରି କହିଥିଲେ, “ଭାରତୀୟ ସେନା ପାଇଁ କଶ୍ମୀରରେ ନରସଂହାର ବଢ଼ୁଛି। ଆରଏସଏସ ସୁବୁବେଳେ ଏଭଳି କରିଥାଏ। କ୍ଷମତା ଲୋଭ ପାଇଁ ବିଜେପି ସରକାର ଏଭଳି କରିବା ଉପରେ ରୋକ୍ ଲଗାଇବା ଦରକାର। କଶ୍ମୀରବାସୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ଦରକାର। ଏ ମାମଲାରେ ଅନ୍ତର୍ଜାତୀୟ ସଂସ୍ଥା ହସ୍ତକ୍ଷେପ କରିବା ଦରକାର”।

ସେନା ବିରୋଧରେ ସଇଦ୍ ଏଭଳି ଟ୍ୱିଟ୍ କରିବା ପରେ ଦିଲ୍ଲୀ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ସାଜିଦ ବିନ ସଇଦ ନିକଟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତବର୍ଷ ଜାମିଆ ବିଶ୍ୱବିଦ୍ୟାଳୟ ଆଗରେ ଚାଲିଥିବା ହିଂସା, ଦିଲ୍ଲୀ ଦଙ୍ଗା ଆଦି ମାମଲାରେ ସଇଦଙ୍କ ନାମ ଅଭିଯୁକ୍ତ ତାଲିକାରେ ରହିଛି। ଏହାବାଦ ଦିଲ୍ଲୀ, ଆସାମ ଏବଂ ଉତ୍ତର ପ୍ରଦେଶ ସହିତ ପାଞ୍ଚଟି ରାଜ୍ୟରେ ସଇଦଙ୍କ ନାମରେ ଦେଶଦ୍ରୋହ ମାମଲା ରହିଛି।

Related story