Advertisment

ରୁଟିରେ ବିଷ ମିଶାଇ ଜଜ୍‌ ଓ ତାଙ୍କ ପୁଅଙ୍କୁ ହତ୍ୟା, ତାନ୍ତ୍ରିକଙ୍କ ସହ ମହିଳା ଗିରଫ

ଭୋପାଲ: ଜଣେ ବିଚାରପତି ଓ ତାଙ୍କ ପୁଅଙ୍କୁ ରୁଟିରେ ବିଷ ମିଶାଇ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଗୋଟିଏ ଦିନ ପରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ତାନ୍ତ୍ରିକ ଓ ଜଣେ ମହିଳା ରହିଛନ୍ତି। ବେଟୁଲ ଜିଲ୍ଲା ଆଡସିନାଲ ଓ ସେସନ୍ସ ବିଚାରପତି ମହେନ୍ଦ୍ର ତ୍ରିପାଠୀ ଓ ତାଙ୍କ ୩୩ ବର୍ଷୀୟ ପୁଅଙ୍କୁ ରାତି ଖାଦ୍ୟରେ ବିଷ ଦିଆଯାଇଥିଲା। ଏହାକୁ ଖାଇବା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସେମାନଙ୍କର […]

ଅଦ୍ୟତନ ହୋଇଛି
ରୁଟିରେ ବିଷ ମିଶାଇ ଜଜ୍‌ ଓ ତାଙ୍କ ପୁଅଙ୍କୁ ହତ୍ୟା, ତାନ୍ତ୍ରିକଙ୍କ ସହ ମହିଳା ଗିରଫ

doi

Advertisment

ଭୋପାଲ: ଜଣେ ବିଚାରପତି ଓ ତାଙ୍କ ପୁଅଙ୍କୁ ରୁଟିରେ ବିଷ ମିଶାଇ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଗୋଟିଏ ଦିନ ପରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ତାନ୍ତ୍ରିକ ଓ ଜଣେ ମହିଳା ରହିଛନ୍ତି।

Advertisment

ବେଟୁଲ ଜିଲ୍ଲା ଆଡସିନାଲ ଓ ସେସନ୍ସ ବିଚାରପତି ମହେନ୍ଦ୍ର ତ୍ରିପାଠୀ ଓ ତାଙ୍କ ୩୩ ବର୍ଷୀୟ ପୁଅଙ୍କୁ ରାତି ଖାଦ୍ୟରେ ବିଷ ଦିଆଯାଇଥିଲା। ଏହାକୁ ଖାଇବା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସେମାନଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ଗିରଫ ମହିଳା ଜଣଙ୍କ ହେଉଛନ୍ତି ସନ୍ଧ୍ୟା ସିଂହ।

ସେ ଗୋଟିଏ ଏନଜିଓ ଚଳାଉଥିଲେ। ସେ ବିଚାରପତିଙ୍କ ପରିବାର ବର୍ଗଙ୍କୁ ବିଷ ମିଶା ଅଟା ଦେଇଥିଲେ। ସନ୍ଧ୍ୟା ପରିବାରରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଗୋଟିଏ ପୂଜା କରିଥିଲେ ଓ ଏହାପରେ ହିଁ ବିଷ ମିଶା ଅଟା ଦେଇଥିଲେ। ଜୁଲାଇ ୨୦ରେ ବିଚାରପତି ଜଣଙ୍କ ଘରକୁ ଅଟା ଆଣିଥିଲେ।

Advertisment

ସେହିଦିନ ରାତିରେ ଘରେ ଅଟାରୁ ରୁଟି ତିଆରି କରି ରାତ୍ରୀ ଭୋଜନ କରିଥିଲେ। ବିଚାରପତି ଓ ତାଙ୍କର ଦୁଇ ପୁଅ ଏହି ବିଷ ମିଶା ରୁଟି ଖାଇଥିବା ବେଳେ ତାଙ୍କ ପତ୍ନୀ ଭାତ ଖାଇଥିଲେ। ଏହାପରେ ବିଚାରପତି ଓ ତାଙ୍କ ବଡ଼ ପୁଅ ବାନ୍ତି କରିବା ଆରମ୍ଭ କରିଥିଲେ। ଜୁଲାଇ ୨୩ରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଜୁଲାଇ ୨୫ରେ ସ୍ଥିତି ବେକାବୁ ହେବାରୁ ଉଭୟଙ୍କୁ ନାଗପୁର ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଦୁଇ ଦିନ ଭିତରେ ବାପ ପୁଅଙ୍କ ମୃତ୍ୟୁ ଘଟିଛି। ବିଚାରପତିଙ୍କ ସାନ ପୁଅ ଆଶିଷ ମଧ୍ୟ ଅସୁସ୍ଥ ହୋଇଥିଲେ। ହେଲେ ସେ ଏବେ ସୁସ୍ଥ ହୋଇଯାଇଛନ୍ତି। ପୁଲିସ୍‌ କହିଛି ଯେ ବିଚାରପତି ତ୍ରିପାଠୀଙ୍କୁ ସନ୍ଧ୍ୟା ନିୟମିତ ଭେଟୁଥିଲେ। ଦୀର୍ଘ ଦିନ ଧରି ଉଭୟଙ୍କ ସମ୍ପର୍କ ରହିଥିଲା। ହେଲେ ତାଙ୍କ ପରିବାର ଲୋକ ବେଟୁଲ ଆସି ଯିବାରୁ ୪ ମାସ ହେଲା ସେ ବିଚାରପତିଙ୍କୁ ସାକ୍ଷାତ କରିପାରି ନଥିଲେ।

ଏହି କାରଣରୁ ସେ ବିଚାରପତିଙ୍କ ପରିବାରକୁ ସବୁଦିନ ପାଇଁ ହଟାଇ ଦେଇଥିବାକୁ ଲକ୍ଷ୍ୟ ରଖି ଏଭଳି ବ୍ୟବସ୍ଥା କରିଥିଲେ। ଘଟଣା ପରେ ତାନ୍ତ୍ରିକ ଜଣଙ୍କ ସନ୍ଧ୍ୟାଙ୍କୁ ଫେରାର ହେବାକୁ ସହଯୋଗ କରୁଥିବାରୁ ତାଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe