ଜୁଲାଇ ୧୭ରେ ଜମ୍ମୁ-କାଶ୍ମୀର ଯିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୭ ତାରିଖରେ  ଦିନିକିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ। ଏନେଇ ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱର୍ଗତ କଂଗ୍ରେସ ନେତା ଗିରିଧାରୀ ଲାଲ୍ ଡେଗାରାଙ୍କ ଜନ୍ମ ଉତ୍ସବରେ ମୋଦି ସାମିଲ ହେବାକୁ ସେଠାକୁ ଯାଉଛନ୍ତି।  ମୋଦି ଏହି ଅବସରରେ ଜମ୍ମୁ ଓ କାଶ୍ମୀର ପାଇଁ ୭୦ ହଜାର କୋଟି ଟଙ୍କାର ବିକାଶ ଯୋଜନା ଘୋଷଣା କରିପାରନ୍ତି। ଯଦି ମୋଦି ଏହି ବିକାଶ ଯୋଜନା ଘୋଷଣା କରନ୍ତି ତେବେ ଏହା […]

modi

modi

Rakesh Mallick
  • Published: Monday, 13 July 2015
  • Updated: 13 July 2015, 02:51 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୭ ତାରିଖରେ  ଦିନିକିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ। ଏନେଇ ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱର୍ଗତ କଂଗ୍ରେସ ନେତା ଗିରିଧାରୀ ଲାଲ୍ ଡେଗାରାଙ୍କ ଜନ୍ମ ଉତ୍ସବରେ ମୋଦି ସାମିଲ ହେବାକୁ ସେଠାକୁ ଯାଉଛନ୍ତି।

 ମୋଦି ଏହି ଅବସରରେ ଜମ୍ମୁ ଓ କାଶ୍ମୀର ପାଇଁ ୭୦ ହଜାର କୋଟି ଟଙ୍କାର ବିକାଶ ଯୋଜନା ଘୋଷଣା କରିପାରନ୍ତି। ଯଦି ମୋଦି ଏହି ବିକାଶ ଯୋଜନା ଘୋଷଣା କରନ୍ତି ତେବେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରକୁ ଯୋଗାଇ ଦିଆଯାଇଥିବା ଅନୁଦାନ ମଧ୍ୟରେ ସର୍ବାଧିକ ହେବ।

ପୂର୍ବରୁ କୁହାଯାଉଥିଲା ଯେ, ମୋଦି ଏହି ଗସ୍ତ ସମୟରେ ଶ୍ରୀନଗରରେ ମୁସଲମାନଙ୍କ ସହିତ ଇଦ୍ ପାଳିବେ ଓ ଏକ ଇଫତାର୍ ପାର୍ଟି ଡାକିବେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସେଭଳି କିଛି ସୂଚନା ଦିଆଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos