ଜୁନ୍ ୬ରେ ବଙ୍ଗଳାଦେଶ ଯିବେ ମୋଦି

ନୂଆଦିଲ୍ଲୀ: ବୈଦେଶିକ ନୀତିରେ ପଡୋଶୀ ଦେଶଗୁଡିକୁ ପ୍ରାଥମିକତା ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁନ ୬ ତାରିଖରେ ବଙ୍ଗଳାଦେଶ ଗସ୍ତରେ ଯିବେ। ସେଠାରେ ସେ ଦୁଇ ଦିନ ରହିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କର ଏହି ଦୁଇ ଦିନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ସଡକ, ଦୂର ସଂଚାର, ସୁରକ୍ଷା ଓ ଶକ୍ତି ସମେତ ଆଉ କିଛି କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ […]

pm

Rakesh Mallick
  • Published: Tuesday, 26 May 2015
  • , Updated: 26 May 2015, 02:59 PM IST

ନୂଆଦିଲ୍ଲୀ: ବୈଦେଶିକ ନୀତିରେ ପଡୋଶୀ ଦେଶଗୁଡିକୁ ପ୍ରାଥମିକତା ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁନ ୬ ତାରିଖରେ ବଙ୍ଗଳାଦେଶ ଗସ୍ତରେ ଯିବେ। ସେଠାରେ ସେ ଦୁଇ ଦିନ ରହିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କର ଏହି ଦୁଇ ଦିନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ସଡକ, ଦୂର ସଂଚାର, ସୁରକ୍ଷା ଓ ଶକ୍ତି ସମେତ ଆଉ କିଛି କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନିମନ୍ତ୍ରଣ ପାଇଛନ୍ତି । ମୋଦିଙ୍କ ଏହା ପ୍ରଥମ ବଙ୍ଗଳାଦେଶ ଗସ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବଙ୍ଗଳାଦେଶ ରାଷ୍ଟ୍ରପତି ମହମ୍ମଦ ଅବଦୁଲ୍ଲ ହାମିଦଙ୍କ ସହ ମଧ୍ୟ ସାକ୍ଷାତ କରିବେ ବୋଲି ବୈଦଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପଡୋଶୀ ରାଷ୍ଟ୍ର ଭୁଟାନ, ନେପାଳ ଓ ଶ୍ରୀଲଙ୍କା ଯାତ୍ରା କରି ସାରିଛନ୍ତି ।

Related story