ଫେରାର୍‌ ହାଇକୋର୍ଟ ଜଷ୍ଟିସ୍‌ ସିଏସ୍‌ କର୍ଣ୍ଣନ କୋଇମ୍ବାଟୁରରୁ ଗିରଫ: ମେ’୯ ତାରିଖରୁ ଲୁଚିଥିଲେ

ଚେନ୍ନାଇ: କୋଲକାତାର ପୂର୍ବତନ ହାଇକୋର୍ଟ ଜଷ୍ଟିସ୍‌ ସିଏସ୍‌ କର୍ଣ୍ଣନ୍‌ ଶେଷରେ ଗିରଫ ହୋଇଛନ୍ତି। ପୋଲିସ ତାଙ୍କୁ ତାମିଲନାଡ଼ୁର କୋଇମ୍ବାଟୁରରୁ ଗିରଫ କରିଛି। ଏହାପରେ ତାଙ୍କୁ ସେଠାରୁ ଚେନ୍ନାଇ ଅଣାଯାଇଛି। ସୁପ୍ରିମକୋର୍ଟ ଅବମାନନା ମାମଲା ପାଇଁ ତାଙ୍କୁ ୬ ମାସ ଜେଲଦଣ୍ଡ  ଦିଆଯାଇଥିଲା। ଏହାପରେ ସେ ହଠାତ୍‌ କେଉଁଆଡେ ଲୁଚି ଚାଲିଯାଇଥିଲେ। ମେ ମାସ ୯ତାରିଖରୁ ସେ ଫେରାର୍‌ ଥିଲେ। ସେ ଦେଶ ଛାଡି କେଉଁଆଡେ ଚାଲିଯାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। କୋଲକାତା ଓ ଚେନ୍ନାଇ ପୋଲିସ ମିଳିତ […]

justice_1_1497969012_749x421

Rakesh Mallick
  • Published: Tuesday, 20 June 2017
  • , Updated: 20 June 2017, 08:35 PM IST

ଚେନ୍ନାଇ: କୋଲକାତାର ପୂର୍ବତନ ହାଇକୋର୍ଟ ଜଷ୍ଟିସ୍‌ ସିଏସ୍‌ କର୍ଣ୍ଣନ୍‌ ଶେଷରେ ଗିରଫ ହୋଇଛନ୍ତି। ପୋଲିସ ତାଙ୍କୁ ତାମିଲନାଡ଼ୁର କୋଇମ୍ବାଟୁରରୁ ଗିରଫ କରିଛି। ଏହାପରେ ତାଙ୍କୁ ସେଠାରୁ ଚେନ୍ନାଇ ଅଣାଯାଇଛି। ସୁପ୍ରିମକୋର୍ଟ ଅବମାନନା ମାମଲା ପାଇଁ ତାଙ୍କୁ ୬ ମାସ ଜେଲଦଣ୍ଡ  ଦିଆଯାଇଥିଲା। ଏହାପରେ ସେ ହଠାତ୍‌ କେଉଁଆଡେ ଲୁଚି ଚାଲିଯାଇଥିଲେ। ମେ ମାସ ୯ତାରିଖରୁ ସେ ଫେରାର୍‌ ଥିଲେ। ସେ ଦେଶ ଛାଡି କେଉଁଆଡେ ଚାଲିଯାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। କୋଲକାତା ଓ ଚେନ୍ନାଇ ପୋଲିସ ମିଳିତ ଭାବେ କର୍ଣ୍ଣନଙ୍କୁ ଗିରଫ କରିବାପାଇଁ ଖୋଜିଥିଲେ ମଧ୍ୟ ନିରାଶ ହୋଇଥିଲେ। ସେ ପ୍ରଥମ ହାଇକୋର୍ଟ ଜଜ୍‌ ଭାବେ ଫେରାର୍‌ ଥାଇ ରିଟାୟର୍ଡ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୧୭ ଜୁନ୍‌ ୧୨ ପର୍ଯ୍ୟନ୍ତ ରହିଥିଲା

Related story