ଜୟଲଳିତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ପ୍ରତିମୂର୍ତ୍ତି ସ୍ଥାପନ କଲେ ସମର୍ଥକ

ନୂଆଦିଲ୍ଲୀ: ଆଜି ତାମିଲନାଡୁରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଜୟଲଳିତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ। ସମର୍ଥକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସମର୍ଥକମାନେ  କୋୟମବଟୁରର ଅବିନାଶୀ ରୋଡ଼ରେ ତାମିଲନାଡୁରର ପ୍ରଥମ ମୁଖ୍ୟମନ୍ତ୍ରୀ ସି.ଏନ୍.ଆନାଦୁରାଇ,ଏମଜି ରାମଚନ୍ଦନଙ୍କ ପ୍ରତିମୂର୍ତ୍ତି ସହ ଜୟଲଳିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ୨୦୧୬ ମସିହା ଡିସେମ୍ବର ୫ ତାରିଖରେ ଏଆଇଏଡିଏମକେ ସୁପ୍ରିମୋ ଜୟଲଳିତାଙ୍କ ପରଲୋକ ହୋଇଥିଲା। ଚେନ୍ନେଇ ସ୍ଥିତ ଆପଲୋ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କର ବୟସ ୬୮ ବର୍ଷ […]

jayalalithaa

Rakesh Mallick
  • Published: Tuesday, 05 December 2017
  • , Updated: 05 December 2017, 12:55 PM IST

ନୂଆଦିଲ୍ଲୀ: ଆଜି ତାମିଲନାଡୁରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଜୟଲଳିତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ। ସମର୍ଥକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସମର୍ଥକମାନେ  କୋୟମବଟୁରର ଅବିନାଶୀ ରୋଡ଼ରେ ତାମିଲନାଡୁରର ପ୍ରଥମ ମୁଖ୍ୟମନ୍ତ୍ରୀ ସି.ଏନ୍.ଆନାଦୁରାଇ,ଏମଜି ରାମଚନ୍ଦନଙ୍କ ପ୍ରତିମୂର୍ତ୍ତି ସହ ଜୟଲଳିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି।

୨୦୧୬ ମସିହା ଡିସେମ୍ବର ୫ ତାରିଖରେ ଏଆଇଏଡିଏମକେ ସୁପ୍ରିମୋ ଜୟଲଳିତାଙ୍କ ପରଲୋକ ହୋଇଥିଲା। ଚେନ୍ନେଇ ସ୍ଥିତ ଆପଲୋ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କର ବୟସ ୬୮ ବର୍ଷ ହୋଇଥିଲା। ତାମିଲନାଡୁର ଲୋକ ତାଙ୍କୁ ଆମ୍ମା ବୋଲି  ଡାକୁଥିଲେ।

ଏହି ଅବସରରେ ଆମ୍ମାଙ୍କ  ମୃତ୍ୟୁ ତାରିଖକୁ ନେଇ  ହୋଇଥିବା ମାମଲାକୁ ମାଦ୍ରାସା ହାଇକୋର୍ଟ ଖାରଜ କରିଦେଇଛନ୍ତି।

 

Related story