ଥରିଗଲା କାବୁଲ; ଛିନ୍ନଛତ୍ର ହୋଇଗଲା ଭାରତୀୟ ଦୂତାବାସର କବାଟ,ଝରକା;ବିସ୍ଫୋରଣରେ ୫୦ ହତାହତ

କାବୁଲ: ଆଜି ସକାଳେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ହୋଇଛି ବଡ଼ ଧରଣର ବିସ୍ଫୋରଣ। କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଦୂତାବାସ ଅଞ୍ଚଳରେ ହୋଇଛି ଏହି ବିସ୍ଫୋରଣ। ଏଥିରେ ୫୦ ଜଣ ହତାହତ ହୋଇଛନ୍ତି। ଭାରତୀୟ ଦୂତାବାସ ନିକଟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଦୂତାବାସର କବାଟ, ଝରକା ଭାଙ୍ଗି ଯାଇଛି। ତେବେ ଭାରତୀୟ ଦୂତାବାସରେ କେହି ହତାହତ ହୋଇ ନାହାନ୍ତି। କେଉଁ ସ୍ଥାନକୁ ଟାର୍ଗେଟ କରି ଏହି ବସ୍ଫୋରଣ କରାଯାଇଥିଲା ତାହା ସଠିକ୍ ଜଣାପଡ଼ିନି। କାରଣ […]

kabul

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 11:22 AM IST

କାବୁଲ: ଆଜି ସକାଳେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ହୋଇଛି ବଡ଼ ଧରଣର ବିସ୍ଫୋରଣ। କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଦୂତାବାସ ଅଞ୍ଚଳରେ ହୋଇଛି ଏହି ବିସ୍ଫୋରଣ। ଏଥିରେ ୫୦ ଜଣ ହତାହତ ହୋଇଛନ୍ତି।

ଭାରତୀୟ ଦୂତାବାସ ନିକଟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଦୂତାବାସର କବାଟ, ଝରକା ଭାଙ୍ଗି ଯାଇଛି। ତେବେ ଭାରତୀୟ ଦୂତାବାସରେ କେହି ହତାହତ ହୋଇ ନାହାନ୍ତି।

କେଉଁ ସ୍ଥାନକୁ ଟାର୍ଗେଟ କରି ଏହି ବସ୍ଫୋରଣ କରାଯାଇଥିଲା ତାହା ସଠିକ୍ ଜଣାପଡ଼ିନି। କାରଣ ବିସ୍ଫୋରଣ ସ୍ଥଳରୁ ରାଷ୍ଟ୍ରପତି ଭବନ ବେଶୀ ଦୂର ନୁହେଁ।

ଖବର ଲେଖାଯିବା ସୁଦ୍ଧା କେହି ଏହି ଘଟଣା ପାଇଁ ନିଜକୁ ଦାୟୀ କରି ନାହାନ୍ତି। ତେବେ ଏହା ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ବୋଲି କୁହାଯାଉଛି।

ସୌଜନ୍ୟ-ଏନ୍‌ଡିଟିଭି

Related story