ଭଣଜା ଗିରଫ ହେବା ପରେ ମୁହଁ ଖୋଲିଲେ କମଲ ନାଥ

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ ତାଙ୍କ ଭଣଜା ରତୁଲ ପୁରୀ ଗିରଫ ହେବାକୁ ନେଇ ମୁହଁ ଖୋଲିଛନ୍ତି। ରତୁଲ ୩୫୪ କୋଟିର ବ୍ୟାଙ୍କ ଜାଲିଆତି ମାମଲାରେ ଗିରଫ ହୋଇଥିବା ବେଳେ କମଲ କହିଛନ୍ତି ରତୁଲଙ୍କ ବ୍ୟବସାୟ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। କମଲ ନାଥ କହିଛନ୍ତି, “ସେମାନେ ଯେଉଁ ବ୍ୟବସାୟ କରନ୍ତି ମୋର ତା’ ସହିତ କୌଣସି ସମ୍ପର୍କ ନାହିଁ। କିନ୍ତୁ ଏହି ମାମଲା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଭାବେ […]

kamalnath

Subrat Kumar Nayak
  • Published: Tuesday, 20 August 2019
  • , Updated: 20 August 2019, 06:05 PM IST

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ ତାଙ୍କ ଭଣଜା ରତୁଲ ପୁରୀ ଗିରଫ ହେବାକୁ ନେଇ ମୁହଁ ଖୋଲିଛନ୍ତି। ରତୁଲ ୩୫୪ କୋଟିର ବ୍ୟାଙ୍କ ଜାଲିଆତି ମାମଲାରେ ଗିରଫ ହୋଇଥିବା ବେଳେ କମଲ କହିଛନ୍ତି ରତୁଲଙ୍କ ବ୍ୟବସାୟ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ।

କମଲ ନାଥ କହିଛନ୍ତି, “ସେମାନେ ଯେଉଁ ବ୍ୟବସାୟ କରନ୍ତି ମୋର ତା’ ସହିତ କୌଣସି ସମ୍ପର୍କ ନାହିଁ। କିନ୍ତୁ ଏହି ମାମଲା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଭାବେ ଚାଲିଥିବା ପରି ମନେ ହେଉଛି। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ନ୍ୟାୟାଳୟ ଏହି ମାମଲାର ଠିକ୍‌ ବିଚାର କରିବେ।”

ଡିଜିଟାଲ ଡାଟା ଷ୍ଟୋରେଜ୍‌ କମ୍ପାନୀ ମୋଜର ବାୟରର ପୂର୍ବତନ ନିର୍ଦ୍ଦେଶକ ରତୁଲ ପୁରୀ ମନିଲଣ୍ଡରିଂ ନିରୋଧ ଆଇନ ବଳରେ ସୋମବାର ରାତିରେ ଗିରଫ ହୋଇଥିଲେ। ଏହାପରେ ମୋଜର୍ ବାୟର୍ ପକ୍ଷରୁ ପ୍ରତିକ୍ରିୟା ଦେଇ କୁହାଯାଇଥିଲା, ରତୁଲ ଗିରଫ ହେବା ଏକ ଦୁର୍ଭାଗ୍ୟଜନକ ଘଟଣା।

Related story