ହେଲିକପ୍ଟର ସ୍କାମରେ ଟଙ୍କା ନେଇଥିଲେ କମଲ ନାଥଙ୍କ ଭଣଜା ରତୁଲ: ଇଡି

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀ ଦୁର୍ନୀତିରେ ଜଡ଼ିତ ଥିବା ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ସେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ସ୍କାମରେ ଆର୍ଥିକ ଫାଇଦା ନେଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର କୋର୍ଟଙ୍କୁ ଜଣାଇଛି। ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍‌ ଅରବିନ୍ଦ କୁମାର ଆଜି ପୁରୀଙ୍କ ଅନ୍ତରୀଣ ଜାମିନ୍‌ ଆବେଦନର ଶୁଣାଣି କରିବା ସମୟରେ ଇଡି ଏହି ଅଭିଯୋଗ ଆଣିଛି। ହିନ୍ଦୁସ୍ତାନ […]

ratul-puri

Subrat Kumar Nayak
  • Published: Monday, 29 July 2019
  • , Updated: 29 July 2019, 09:12 PM IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀ ଦୁର୍ନୀତିରେ ଜଡ଼ିତ ଥିବା ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ସେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ସ୍କାମରେ ଆର୍ଥିକ ଫାଇଦା ନେଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର କୋର୍ଟଙ୍କୁ ଜଣାଇଛି। ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍‌ ଅରବିନ୍ଦ କୁମାର ଆଜି ପୁରୀଙ୍କ ଅନ୍ତରୀଣ ଜାମିନ୍‌ ଆବେଦନର ଶୁଣାଣି କରିବା ସମୟରେ ଇଡି ଏହି ଅଭିଯୋଗ ଆଣିଛି।

ହିନ୍ଦୁସ୍ତାନ ପାୱାର ପ୍ରୋଜେକ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ଗତ ଜୁଲାଇ ୨୭ରେ ଗିରଫଦାରୀରୁ ବଞ୍ଚିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ପାଇଁ କୋର୍ଟରେ ଲଢ଼ୁଥିବା ଏଏମ୍‌ ସିଂଘଭୀ ଏହାକୁ ରାଜନୀତିକ ଷଡ଼ଯନ୍ତ୍ର ବୋଲି କହିଥିଲେ। ସେ କହିଥିଲେ ଗତ କିଛି ଦିନ ତଳେ ୨ ଜଣ ବିଜେପି ବିଧାୟକ କଂଗ୍ରେସରେ ଯୋଗ ଦେଇଥିଲେ। ରତୁଲ ପୁରୀଙ୍କ ମାମୁଁ କମଲନାଥ ମୁଖ୍ୟମନ୍ତ୍ରୀ ଥିବାରୁ ଏଭଳି ରାଜନୀତିକ ଷଡ଼ଯନ୍ତ୍ର କରାଯାଉଛି।

ତେବେ ଇଡି ତାଙ୍କ ଆବେଦନ ବିରୋଧରେ କହିଥିଲା, ରତୁଲ ତଦନ୍ତକୁ ବିଫଳ କରିବାର ପ୍ରୟାସ କରୁଛନ୍ତି। ସେ ଇଡି କାର୍ଯ୍ୟାଳୟରୁ ତଦନ୍ତ ଅଧାରୁ ଚାଲିଯିବା ତାଙ୍କ ଅସହଯୋଗର ବଡ଼ ପ୍ରମାଣ। ଇଡି ଅଧିକାରୀ କହିଥିଲେ, ୩୬୦୦ କୋଟି ଟଙ୍କାର ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ବିଷୟରେ ପଚରାଉଚରା ସମୟରେ ରତୁଲ ୱାଶ୍‌ରୁମ୍‌ ଯାଇ ଆସୁଛି କହି ଚାଲିଯାଇଥିଲେ। ଇଡି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଥିଲା, ଏହି ଦୁର୍ନୀତି ସହିତ ଜଡ଼ିତ ୨ଟି ଚେନ୍‌ରୁ ସେ ଟଙ୍କା ନେଇଛନ୍ତି। ସୂଚନାଯୋଗ୍ୟ, ରତୁଲ ମୋଜର ବାଏର ସିଏମ୍‌ଡି ଦୀପକ ପୁରୀ ଏବଂ ନୀତା ପୁରୀଙ୍କ ପୁଅ। ନୀତା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଉଣୀ।

Related story