କେନ୍ଦ୍ରକୁ କେଜ୍ରିୱାଲଙ୍କ ସମାଲୋଚନା: ଶାସ୍ତ୍ରୀଜୀଙ୍କୁ ଉପେକ୍ଷା କରାଯାଇଛି

ନୂଆଦିଲ୍ଲୀ: ଆଜି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ୨ ଅକ୍ଟୋବର ଜାତିର ପିତା ମାହାତ୍ମା ଗାନ୍ଧିଙ୍କ ବ୍ୟତୀତ  ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଦିନ। ଶାସ୍ତ୍ରୀ ଜଣେ  ସଚ୍ଚୋଟ ଓ ସରଳ ରାଜନେତା ଥିଲେ। କିନ୍ତୁ ଚଳିତ  ବର୍ଷଠାରୁ ତାଙ୍କ ଜୟନ୍ତୀ ପାଳନ କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ସେବା  ଦେବା ବନ୍ଦ କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ […]

kejriwal

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 09:07 AM IST

ନୂଆଦିଲ୍ଲୀ: ଆଜି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ୨ ଅକ୍ଟୋବର ଜାତିର ପିତା ମାହାତ୍ମା ଗାନ୍ଧିଙ୍କ ବ୍ୟତୀତ  ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଦିନ। ଶାସ୍ତ୍ରୀ ଜଣେ  ସଚ୍ଚୋଟ ଓ ସରଳ ରାଜନେତା ଥିଲେ। କିନ୍ତୁ ଚଳିତ  ବର୍ଷଠାରୁ ତାଙ୍କ ଜୟନ୍ତୀ ପାଳନ କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ସେବା  ଦେବା ବନ୍ଦ କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମାଧିସ୍ଥଳକୁ ଶ୍ରନ୍ଧାଞ୍ଚଳି ଦେବା ପାଇଁ ମଧ୍ୟ ଗଲେ ନାହିଁ। ଶାସ୍ତ୍ରୀଜୀଙ୍କୁ ଏଭଳି ଉପେକ୍ଷା କରାଯିବ ଠିକ୍ ନୁହେଁ। କେଜ୍ରିୱାଲ କହିଛନ୍ତି ଯେ ଗାନ୍ଧି ଜୟନ୍ତୀ ଭଳି ଶାସ୍ତ୍ରୀ ଜୟନ୍ତୀ ବି ପାଳନ କରାଯାଉ। ଏଥିରେ ପାତରଅନ୍ତର କରାନଯାଉ।

ଏହା ସହିତ ସ୍ୱଚ୍ଛ ଭାରତ ଅଭିଯାନ ନେଇ ମଧ୍ୟ କେଜ୍ରିୱାଲ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ସ୍ୱଚ୍ଛ ଭାରତ ଅଭିଯାନକୁ ୧ବର୍ଷ ପୂରିଛି। କିନ୍ତୁ ଦେଶର ଗୋଟିଏ ବି ଗଳିରେ ପଡିନି ଏହାର ପ୍ରଭାବ। ଏହି ଅଭିଯାନରେ କେତେ ଅର୍ଥ ଖର୍ଚ୍ଚ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

 

 

 

 

 

Related story