ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ୍ କୁଇନ୍ କଙ୍ଗନା ରଣାୱତ ନିଜର ବହୁପ୍ରତୀକ୍ଷିତ ଫିଲ୍ମ ‘ତେଜସ’କୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଏହାର ଶୁଟିଂ ପାଇଁ ପ୍ରସ୍ତୁତି ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମକୁ ନେଇ କଙ୍ଗନା ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସାକ୍ଷାତ କରିଛନ୍ତି। ସେ ରାଜନାଥ ସିଂହଙ୍କୁ ଭେଟି ନିଜର ଫିଲ୍ମର କାହାଣୀ ଏବଂ ଫିଲ୍ମ ସମ୍ବନ୍ଧିତ ଆବଶ୍ୟକ ଅନୁମତି ମାଗିଛନ୍ତି। ଅଭିନେତ୍ରୀ ଜଣକ ଏହି ବିଶେଷ ମୁହୂର୍ତ୍ତର ଫଟୋ ଟୁଇଟରରେ ଶେଆର୍ […]

kangna

Ranjit Kumar Jena
  • Published: Sunday, 13 December 2020
  • , Updated: 13 December 2020, 09:22 PM IST

ନୂଆଦିଲ୍ଲୀ: ବଲିଉଡ୍ କୁଇନ୍ କଙ୍ଗନା ରଣାୱତ ନିଜର ବହୁପ୍ରତୀକ୍ଷିତ ଫିଲ୍ମ 'ତେଜସ'କୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଏହାର ଶୁଟିଂ ପାଇଁ ପ୍ରସ୍ତୁତି ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମକୁ ନେଇ କଙ୍ଗନା ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସାକ୍ଷାତ କରିଛନ୍ତି। ସେ ରାଜନାଥ ସିଂହଙ୍କୁ ଭେଟି ନିଜର ଫିଲ୍ମର କାହାଣୀ ଏବଂ ଫିଲ୍ମ ସମ୍ବନ୍ଧିତ ଆବଶ୍ୟକ ଅନୁମତି ମାଗିଛନ୍ତି। ଅଭିନେତ୍ରୀ ଜଣକ ଏହି ବିଶେଷ ମୁହୂର୍ତ୍ତର ଫଟୋ ଟୁଇଟରରେ ଶେଆର୍ କରିଛନ୍ତି।

https://twitter.com/KanganaTeam/status/1338097400544710657?s=20

କଙ୍ଗନା ରାଜନାଥ ସିଂହଙ୍କୁ ଫୁଲତୋଡ଼ା ଦେବା ସହ ତାଙ୍କ ସହ କିଛି ସମୟ କଥା ହୋଇଥିବା ଫଟୋରେ ଦେଖିବାକୁ ମିଳିଛି। କଙ୍ଗନାଙ୍କ ଅଭିନୀତ 'ତେଜସ' ଏକ ସାହସୀ ଓ ନିର୍ଭୀକ ଫାଇଟର୍ ପାଇଲଟର କାହାଣୀକୁ ଆଧାରିତ। ୨୦୧୬ରେ ଭାରତୀୟ ବାୟୁସେନା ଦେଶର ପ୍ରଥମ ପ୍ରତିରକ୍ଷା ମହିଳାଙ୍କୁ ଯୁଦ୍ଧ ଭୂମିକାରେ ସାମିଲ୍‌ କରିଥିଲା। ଏହି ଐତିହାସିକ ଘଟଣାରେ ଅନୁପ୍ରାଣିତ ହୋଇ 'ତେଜସ' ଫିଲ୍ମ ନିର୍ମାଣ କରାଯାଉଛି। ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ରୋନୀ ସ୍କ୍ରୁୱାଲା, ଯିଏ ଏହା ପୂର୍ବରୁ 'ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ୍' ନିର୍ମାଣ କରିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସର୍ଭେଶ ମେୱାରା।

https://twitter.com/KanganaTeam/status/1320691107622195202?s=20

ଚଳିତ ବର୍ଷ କଙ୍ଗନା 'ତେଜସ' ଫିଲ୍ମର ଫାଷ୍ଟ ଲୁକ୍ ଶେଆର୍ କରିଥିଲେ। ଏଥିରେ କଙ୍ଗନାଙ୍କୁ ପାଇଲଟ୍‌ ୟୁନିଫର୍ମରେ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ କିଛି ଦିନ ପୂର୍ବେ କଙ୍ଗନା 'ତେଜସ' ଫିଲ୍ମର ୱାର୍କଶପକୁ ନେଇ ଏକ ଭିଡିଓ ଶେଆର୍ କରିଥିଲେ। ଏଥିରେ ନିର୍ଦ୍ଦେଶକ ସର୍ଭେଶ ମେୱାରା ଓ ୱିଙ୍ଗ କମାଣ୍ଡର ଅଭିଜିତ୍ ଗୋଖଲେଙ୍କ ସହ କଙ୍ଗନାଙ୍କୁ ୱାର୍କଶପରେ ଭାଗ ନେଉଥିବା ଦେଖିବାକୁ ମିଳିଥିଲା।

Related story