ଡେଇଁ ଡେଇଁ ସହର ବୁଲିଲା କଙ୍ଗାରୁ

ସିଡ୍‌ନୀ: ସହର ବୁଲୁଛି କଙ୍ଗାରୁ। ଟ୍ରାଫିକ୍‌ ପୋଷ୍ଟରେ ରେଡ୍‌ ଲାଇଟ୍‌ ଜଳୁଥିଲେ ବି ତା’ ପାଇଁ କିଛି ବି ଫରକ ପଡ଼ୁନି। ସହରର ମୁଖ୍ୟ ରାସ୍ତାରେ ଏକ କଙ୍ଗାରୁ ଏଭଳି ଡିଆଁ ମାରି ମାରି ଦୌଡ଼ୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଅଷ୍ଟ୍ରେଲିଆର ଏକ ସହର ୱାଗା ୱାଗାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ବେରୀ ଆଣ୍ଡ ମର୍ଗାନ ଷ୍ଟ୍ରୀଟ୍‌ଠାରେ ସେ ଶେଷ ଥର ପାଇଁ ଟ୍ରାଫିକ୍‌ ଅତିକ୍ରମ କରି […]

kangaroo

Subrat Kumar Nayak
  • Published: Thursday, 25 July 2019
  • , Updated: 25 July 2019, 09:33 PM IST

ସିଡ୍‌ନୀ: ସହର ବୁଲୁଛି କଙ୍ଗାରୁ। ଟ୍ରାଫିକ୍‌ ପୋଷ୍ଟରେ ରେଡ୍‌ ଲାଇଟ୍‌ ଜଳୁଥିଲେ ବି ତା' ପାଇଁ କିଛି ବି ଫରକ ପଡ଼ୁନି। ସହରର ମୁଖ୍ୟ ରାସ୍ତାରେ ଏକ କଙ୍ଗାରୁ ଏଭଳି ଡିଆଁ ମାରି ମାରି ଦୌଡ଼ୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଅଷ୍ଟ୍ରେଲିଆର ଏକ ସହର ୱାଗା ୱାଗାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ତେବେ ବେରୀ ଆଣ୍ଡ ମର୍ଗାନ ଷ୍ଟ୍ରୀଟ୍‌ଠାରେ ସେ ଶେଷ ଥର ପାଇଁ ଟ୍ରାଫିକ୍‌ ଅତିକ୍ରମ କରି କିଛିବାଟ ଆଗକୁ ଯିବା ବେଳେ ଧରା ପଡ଼ିଯାଇଥିଲା। ଏହି ଭିଡିଓକୁ ଟ୍ୱିଟରରେ ଜଣେ ବ୍ୟକ୍ତି #OnlyInAustralia ହ୍ୟାଶ୍‌ ଟ୍ୟାଗ୍‌ ସହ ପୋଷ୍ଟ କରିଛନ୍ତି।

https://twitter.com/FitzpatricksRE/status/1153241019745361920?s=20
ଏହି କଙ୍ଗାରୁକୁ ଉଦ୍ଧାର କରାଯିବା ପରେ ଜଣାପଡ଼ିଥିଲା ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ମଧ୍ୟ ପିଚୁରାସ୍ତା ଉପରେ ଏଭଳି ଡିଆଁ ମାରିବା କାରଣରୁ ତା’ର ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିଲା। ଏହାର ନଖରେ ଆଘାତ ଲାଗି ରକ୍ତ ବାହାରୁ ଥିବା ମଧ୍ୟ କୁହାଯାଇଛି।

Related story