ପ୍ରାର୍ଥିପତ୍ର ଦାଖଲ କଲେ କହ୍ନୈୟା କୁମାର

ବେଗୁସରାଇ: ବିହାରର ବେଗୁସରାଇରୁ ସିପିଆଇ ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ୁଥିବା ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କହ୍ନୈୟା ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସେ ୨ କିମି ରାସ୍ତା ଚାଲିଚାଲି ଶୋଭାଯାତ୍ରା କରିଥିଲେ। ଏହି ସମୟରେ ତାଙ୍କ ସହ ଶହଶହ ଲୋକ ସାଇକେଲ୍‌ ଏବଂ ବାଇକ୍‌ରେ ଯାଇଥିଲେ। କହ୍ନୈୟା କୁମାର ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଥିବା ବେଳେ ଦେଶ ବିରୋଧୀ ନାରା ଦେଇଥିବା ଅଭିଯୋଗ […]

k

Hemant Lenka
  • Published: Tuesday, 09 April 2019
  • , Updated: 09 April 2019, 06:58 PM IST

ବେଗୁସରାଇ: ବିହାରର ବେଗୁସରାଇରୁ ସିପିଆଇ ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ୁଥିବା ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କହ୍ନୈୟା ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସେ ୨ କିମି ରାସ୍ତା ଚାଲିଚାଲି ଶୋଭାଯାତ୍ରା କରିଥିଲେ। ଏହି ସମୟରେ ତାଙ୍କ ସହ ଶହଶହ ଲୋକ ସାଇକେଲ୍‌ ଏବଂ ବାଇକ୍‌ରେ ଯାଇଥିଲେ। କହ୍ନୈୟା କୁମାର ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଥିବା ବେଳେ ଦେଶ ବିରୋଧୀ ନାରା ଦେଇଥିବା ଅଭିଯୋଗ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ପ୍ରଥମଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କହ୍ନୈୟା କୁମାରଙ୍କ ଲଢ଼େଇ ବିଜେପିର ବରିଷ୍ଠ ନେତା ଗିରିରାଜ ସିଂହଙ୍କ ସହ ହେବ।

Related story