ବାକିରେ କାର୍‌ କିଣି ହଟହଟା ହେଲେ ପାକ୍ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟଙ୍କା ନଦେଇ ଆମଦାନୀ କରି ବିଳାସପୂର୍ଣ୍ଣ କାର୍‌ ଚଢ଼ୁଛନ୍ତି ପାକିସ୍ତାନର ମନ୍ତ୍ରୀ ଶେଖ୍ ରସିଦ୍। ହେଲେ ଏଯାଏ କରଜ ଟଙ୍କା ଫେରାଉ ନାହାନ୍ତି। ଜାପାନରୁ କାର୍‌ ରପ୍ତାନୀ କରିଥିବା ଦାବି କରୁଥିବା ନୁର ଖାନ୍ ଏ  ନେଇ ଶେଖ ରସିଦଙ୍କ ସହ ସାମ୍ନାସାମ୍ନି ହେବା ପରେ ହଟହଟା ହୋଇଛନ୍ତି ପାକିସ୍ତାନର ଏହି ମନ୍ତ୍ରୀ। ପାକିସ୍ତାନର ପାର୍ଲାମେଣ୍ଟ ପହଞ୍ଚି ମନ୍ତ୍ରୀ ରସିଦ୍ ଖାନଙ୍କୁ କାର୍‌ ଟଙ୍କା ଦେବା ପାଇଁ ମାଗିଥିଲେ ଜାପାନରୁ ଆସିଥିବା ନୂର […]

RASID

Subhransu Sekhar
  • Published: Monday, 16 September 2019
  • , Updated: 16 September 2019, 03:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟଙ୍କା ନଦେଇ ଆମଦାନୀ କରି ବିଳାସପୂର୍ଣ୍ଣ କାର୍‌ ଚଢ଼ୁଛନ୍ତି ପାକିସ୍ତାନର ମନ୍ତ୍ରୀ ଶେଖ୍ ରସିଦ୍। ହେଲେ ଏଯାଏ କରଜ ଟଙ୍କା ଫେରାଉ ନାହାନ୍ତି। ଜାପାନରୁ କାର୍‌ ରପ୍ତାନୀ କରିଥିବା ଦାବି କରୁଥିବା ନୁର ଖାନ୍ ଏ  ନେଇ ଶେଖ ରସିଦଙ୍କ ସହ ସାମ୍ନାସାମ୍ନି ହେବା ପରେ ହଟହଟା ହୋଇଛନ୍ତି ପାକିସ୍ତାନର ଏହି ମନ୍ତ୍ରୀ।

ପାକିସ୍ତାନର ପାର୍ଲାମେଣ୍ଟ ପହଞ୍ଚି ମନ୍ତ୍ରୀ ରସିଦ୍ ଖାନଙ୍କୁ କାର୍‌ ଟଙ୍କା ଦେବା ପାଇଁ ମାଗିଥିଲେ ଜାପାନରୁ ଆସିଥିବା ନୂର ଖାନ୍। ୨୨ ଲକ୍ଷ ଟଙ୍କାର ଏକ କାର୍‌ ଜାହାଜ ଜରିଆରେ ଜାପାନରୁ ପାକିସ୍ତାନକୁ ନୂର ପଠାଇଥିଲେ ବୋଲି ଜଣାପଡ଼ିଛି।

https://twitter.com/1Kehkelunga/status/1173509438512291840

ଭାରତ ବିରୋଧରେ ପ୍ରତି କଥାରେ ଜବାବ ରଖୁଥିବା ପାକିସ୍ତାନର ମନ୍ତ୍ରୀ ରସିଦ୍ ଖାନ୍ କ୍ୟାମେରା ସାମ୍ନାରେ ହଟହଟା ହେବା ପରେ ଏବେ  ଲୁଚିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏମିତିକି ପାକ୍ ଗଣମାଧ୍ୟମ ଯେତେବେଳେ ଏ ବାବଦରେ ପ୍ରଶ୍ନ କରିଥିଲେ ସେତେବେଳେ ଏ ବାବଦରେ ରସିଦ୍ କୌଣସି ପ୍ରତିକ୍ରିୟା ଦେଇନଥିଲେ।

ଫରଫ୍ରୀଡମ୍ ନାମକ ଟୁଇଟର ଆକାଉଣ୍ଟ ଧାରୀଙ୍କ ପକ୍ଷରୁ ନୂର ଏବଂ ରସିଦଙ୍କ ଭେଟଘାଟର ଭିଡିଓକୁ ସୋଶାଲ ମିଡିଆରେ ଅପଲୋଡ କରାଯାଇଛି। ଭିଡିଓଟି ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଡନ୍ ଦ୍ୱାରା ରେକର୍ଡିଂ କରାଯାଇଛି ବୋଲି ଜଣାପଡ଼ିଛି।

Related story