ଆଶ୍ଚର୍ଯ୍ୟ: ଅମିତ ଶାହ କହିଲେ, ମୋଦି ଦେଶକୁ ବରବାଦ କରିଦେବେ !

ନୂଆଦିଲ୍ଲୀ: ଉତ୍ତର ଭାରତର ହିନ୍ଦୀ ଭାଷାଭାଷୀ ନେତାମାନଙ୍କୁ ଦକ୍ଷିଣ ଭାରତୀୟ ରାଜ୍ୟ ତଥା ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ପ୍ରଭୃତି ସ୍ଥାନରେ ନିର୍ବାଚନ ପ୍ରଚାର କରିବାରେ ଅସୁବିଧା ସୃଷ୍ଟି ହୋଇଥାଏ। କାରଣ ଦକ୍ଷିଣ ଭାରତର ଅଧିକାଂଶ ଲୋକେ ହିନ୍ଦୀ ବୁଝିପାରନ୍ତି ନାହିଁ। ତେଣୁ କୌଣସି ଜାତୀୟ ଦଳର ହିନ୍ଦୀ ଭାଷାଭାଷୀନେତାମାନେ ଦକ୍ଷିଣ ଭାରତରେ ନିର୍ବାଚନ ପ୍ରଚାର କଲେ, ସେମାନଙ୍କ ପାଇଁ ତତକ୍ଷଣାତ୍ ଅନୁବାଦକର ବ୍ୟବସ୍ଥା କରାଯାଇଥାଏ। ଆନୁବାଦକମାନେ ନେତାଙ୍କ ଭାଷଣକୁ ଆଞ୍ଚଳିକ ଭାଷାରେ ଅନୁବାଦ କରି ଲୋକଙ୍କୁ […]

88888

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 07:22 PM IST

ନୂଆଦିଲ୍ଲୀ: ଉତ୍ତର ଭାରତର ହିନ୍ଦୀ ଭାଷାଭାଷୀ ନେତାମାନଙ୍କୁ ଦକ୍ଷିଣ ଭାରତୀୟ ରାଜ୍ୟ ତଥା ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ପ୍ରଭୃତି ସ୍ଥାନରେ ନିର୍ବାଚନ ପ୍ରଚାର କରିବାରେ ଅସୁବିଧା ସୃଷ୍ଟି ହୋଇଥାଏ। କାରଣ ଦକ୍ଷିଣ ଭାରତର ଅଧିକାଂଶ ଲୋକେ ହିନ୍ଦୀ ବୁଝିପାରନ୍ତି ନାହିଁ। ତେଣୁ କୌଣସି ଜାତୀୟ ଦଳର ହିନ୍ଦୀ ଭାଷାଭାଷୀନେତାମାନେ ଦକ୍ଷିଣ ଭାରତରେ ନିର୍ବାଚନ ପ୍ରଚାର କଲେ, ସେମାନଙ୍କ ପାଇଁ ତତକ୍ଷଣାତ୍ ଅନୁବାଦକର ବ୍ୟବସ୍ଥା କରାଯାଇଥାଏ। ଆନୁବାଦକମାନେ ନେତାଙ୍କ ଭାଷଣକୁ ଆଞ୍ଚଳିକ ଭାଷାରେ ଅନୁବାଦ କରି ଲୋକଙ୍କୁ ଶୁଣାଇଥାନ୍ତି। କିନ୍ତୁ ଏଥିରେ ଅସାବଧାନ ହେଲେ ସ୍ଥିତି ବୁମେରାଂ ହୋଇଥାଏ। ଏମତି ଏକ ଘଟଣାକୁ ନେଇ ଏବେ କର୍ଣ୍ଣାଟକ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ସରଗରମ ହୋଇଛି ରାଜନୀତି।ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଦଳର ହେଭିୱେଟ ନେତାମାନେ  ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଆଜି ଅମିତ ଶାହା ଏକଦବା ନଗରୀରେ ଏକ ରାଲି କରିଥିଲେ। ରାଲିଲେ ଶାହ  ସିଦ୍ଧରାମୟା ସରକାରଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ- ଏହି ସରକାର କର୍ଣ୍ଣାଟକରେ ବିକାଶ କରିପାରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିଶ୍ୱାସ କରି ଭୋଟ ଦିଅନ୍ତୁ। ଆମେ କର୍ଣ୍ଣାଟକଙ୍କୁ ନମ୍ବର ୱାନ୍‌ ରାଜ୍ୟ କରି ଦେଖାଇବୁ।

ଅମିତ ଶାହଙ୍କ ଏହି ମନ୍ତବ୍ୟକୁ  ବିଜେପି ସାଂସଦ ପ୍ରହ୍ଲାଦ ଜୋଶୀ କନ୍ନଡ ଭାଷାରେ ଅନୁବାଦ କରି ଲୋକମାନଙ୍କୁ କହିଥିଲେ।  ଯାହାକୁ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। କାରଣ ପ୍ରହ୍ଲାଦ୍‌ ଭୁଲ୍‌ ଅନୁବାଦ କରିଥିଲେ। ସେ କହିଥିଲେ-  “ପ୍ରଧାନମନ୍ତ୍ରୀ ମୋଦି ଗରିବ, ଦଳିତ ଓ ପଛୁଆ ବର୍ଗର ଲୋକଙ୍କ ପାଇଁ କିଛି କରିପାରିବେ ନାହିଁ। ମୋଦି ସରକାର ଦେଶକୁ ନଷ୍ଟ କରିଦେବେ। ଆପଣମାନେ ସିଦ୍ଧରାମୟା ସରକାରଙ୍କୁ ଭୋଟ ଦିଅନ୍ତୁ।”

ସୂଚନାଯୋଗ୍ୟ, ପ୍ରହ୍ଲାଦଙ୍କ କନ୍ନଡ ଅନୁବାଦକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଉତ୍ତର ଭାରତୀୟ ବିଜେପି ନେତାଙ୍କୁ ଦକ୍ଷିଣ ଭାରତରେ ପ୍ରଚାର କରିବା ପାଇଁ ଅସୁବିଧା ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବ୍ରୁଆରୀରେ ଏକ ସଭା କରିଥିଲେ। ଏହି ସଭାରେ ମୋଦି ହିନ୍ଦୀରେ ଭାଷଣ ଦେଇଥିଲେ। ମୋଦିଙ୍କ ହିନ୍ଦୀ ଭାଷାକୁ  କନ୍ନଡ ଲୋକ ବୁଝିପାରି ନ ଥିଲେ। ଏହି କାରଣରୁ ନିର୍ବାଚନ ରାଲିରେ ଅମିତଙ୍କ ଭାଷଣକୁ କେନ୍ଦ୍ରୀୟ ମନ୍ତ୍ରୀ ଅନନ୍ତ ହେଗଡେ ଓ  କିଛି ସ୍ଥାନରେ ପ୍ରହ୍ଲାଦ କନ୍ନଡ ଭାଷାରେ ଅନୁବାଦ କରି କହିଥାନ୍ତି।

 

Related story