ଦିନ ମଜୁରିଆ ଜିତିଲେ ୧୨ କୋଟିର ଲଟେରୀ

ଥିରୁଅନନ୍ତପୁରମ୍‌ : କେରଳ କନ୍ନୁର ଜିଲ୍ଲାର ପେରୁନ୍ନୋନ୍‌ ରଞ୍ଜନ ନାମରେ ଜଣେ ବ୍ୟକ୍ତି ନ୍ୟୁ ଇଅର୍‌ ଖ୍ରୀଷ୍ଟମାସ୍‌ ବମ୍ପର୍‌ରେ ୧୨ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ଟିକସ ଦେବା ପରେ ଲଟେରୀ ବାବଦରେ ସେ ୭.୨ କୋଟି ଟଙ୍କା ପାଇବେ। ଲଟେରୀ ଜିତିଥିବା ୫୮ ବର୍ଷୀୟ ରଞ୍ଜନ ପେସାରେ ଜଣେ ଦିନ ମଜୁରିଆ। ସେ କେରଳ ଥୋଲାବ୍ରା ଅଞ୍ଚଳର ଆଦିବାସୀ ବସ୍ତିରେ ରହନ୍ତି। ରଞ୍ଜନଙ୍କ ପରିବାର ଲୋକେ ଛୋଟମୋଟ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଆର୍ଥିକ […]

l33

Puspanjali Panda
  • Published: Wednesday, 12 February 2020
  • , Updated: 12 February 2020, 04:36 PM IST

ଥିରୁଅନନ୍ତପୁରମ୍‌ : କେରଳ କନ୍ନୁର ଜିଲ୍ଲାର ପେରୁନ୍ନୋନ୍‌ ରଞ୍ଜନ ନାମରେ ଜଣେ ବ୍ୟକ୍ତି ନ୍ୟୁ ଇଅର୍‌ ଖ୍ରୀଷ୍ଟମାସ୍‌ ବମ୍ପର୍‌ରେ ୧୨ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ଟିକସ ଦେବା ପରେ ଲଟେରୀ ବାବଦରେ ସେ ୭.୨ କୋଟି ଟଙ୍କା ପାଇବେ।

ଲଟେରୀ ଜିତିଥିବା ୫୮ ବର୍ଷୀୟ ରଞ୍ଜନ ପେସାରେ ଜଣେ ଦିନ ମଜୁରିଆ। ସେ କେରଳ ଥୋଲାବ୍ରା ଅଞ୍ଚଳର ଆଦିବାସୀ ବସ୍ତିରେ ରହନ୍ତି। ରଞ୍ଜନଙ୍କ ପରିବାର ଲୋକେ ଛୋଟମୋଟ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ଆର୍ଥିକ ସମସ୍ୟା ରହିଥିଲେ ବି ଦିନେନା ଦିନେ ଜିତିବା ଆଶା ନେଇ ପ୍ରତିଦିନ ସେ ଲଟେରୀ ଟିକେଟ କିଣୁଥିଲେ। ଫେବୃଆରୀ ୧୦ ତାରିଖରେ ଏହି ଖବର ଜାଣିବା ପରେ ରଞ୍ଜନ ପ୍ରଥମେ ଲଟେରୀ ଜିତିଛନ୍ତି ବୋଲି ବିଶ୍ୱାସ କରିପାରି ନଥିଲେ।

ଏ ସଂପର୍କରେ ସେ କହିଛନ୍ତି, ‘ଏତେ ବଡ଼ ପୁରସ୍କାର ରାଶି ଜିତି ବିଜେତା ହେବି ବୋଲି ମୁଁ ଆଶା କରିନଥିଲି। ଏପରିକି ଜିତିଥିବା ଲଟେରୀକୁ ବ୍ୟାଙ୍କରେ ଡିପୋଜିଟ୍‌ କରିବା ପୂର୍ବରୁ ଆମେ ପୁଣିଥରେ ଚେକ୍‌ କରିଥିଲୁ।

ରଞ୍ଜନଙ୍କର ସ୍ତ୍ରୀ ଓ ଦୁଇଟି ପୁଅଝିଅ ରହିଛନ୍ତି। ତାଙ୍କ ଝିଅର ବିବାହ ସରିଛି। ଆର୍ଥିକ ଅନଟନରେ ଚଳିଆସୁଥିବା ରଞ୍ଜନଙ୍କ ପରିବାର ଲୋକେ ରାତାରାତି କୋଟିପତି ହେବା ପରେ ବହୁତ ଖୁସି ଅଛନ୍ତି। ଜିତିଥିବା ଟଙ୍କାରେ ପ୍ରଥମେ ସେ ଋଣ ସୁଝିବେ। ଏହା ପରେ ତାଙ୍କ ପରିବାର ଲୋକଙ୍କ ପାଇଁ କିଛି କରିବେ। ଦିନରାତି ପରିଶ୍ରମ କରୁଥିବାରୁ ଟଙ୍କାର ମୂଲ୍ୟକୁ ସେ ବୁଝିଛନ୍ତି। ତେଣୁ ଏହାକୁ ନଷ୍ଟ ହେବାକୁ ଦେବେ ନାହିଁ ବୋଲି ସେ କହିଛନ୍ତି।

Related story