ପାକିସ୍ତାନ: ହୋଟେଲରେ ନିଆଁ ଲାଗି ୧୧ମୃତ, ୭୫ ଆହତ

କରାଚୀ: ପାକିସ୍ତାନର କରାଚୀ ସହରର ଏକ ହୋଟେଲରେ ନିଆଁ ଲାଗି ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ରହିଛନ୍ତି। ସୁରକ୍ଷା ଦଳର ଅଧିକାରୀଙ୍କ କହିବା ମୁତାବକ, ହୋଟେଲର ଭୂତଳରେ ଥିବା ରୋଷେଇ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଛଅ ମହଲାରେ ମଧ୍ୟ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ସମୟରେ ହୋଟେଲରେ ପାଖାପାଖି ୧୦୦ଜଣ ଯାତ୍ରୀ ଉପସ୍ଥିତ ଥିଲେ। ଘଟଣାସ୍ଥଳରେ ତିନୋଟି ଦମକଳ ଗାଡ଼ି ପହଁଞ୍ଚି ପାଖାପାଖି ତିନି […]

karachi-hotel-fire

Rakesh Mallick
  • Published: Monday, 05 December 2016
  • , Updated: 04 May 2017, 03:44 PM IST

କରାଚୀ: ପାକିସ୍ତାନର କରାଚୀ ସହରର ଏକ ହୋଟେଲରେ ନିଆଁ ଲାଗି ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ରହିଛନ୍ତି।

ସୁରକ୍ଷା ଦଳର ଅଧିକାରୀଙ୍କ କହିବା ମୁତାବକ, ହୋଟେଲର ଭୂତଳରେ ଥିବା ରୋଷେଇ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଛଅ ମହଲାରେ ମଧ୍ୟ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ସମୟରେ ହୋଟେଲରେ ପାଖାପାଖି ୧୦୦ଜଣ ଯାତ୍ରୀ ଉପସ୍ଥିତ ଥିଲେ। ଘଟଣାସ୍ଥଳରେ ତିନୋଟି ଦମକଳ ଗାଡ଼ି ପହଁଞ୍ଚି ପାଖାପାଖି ତିନି ଘଣ୍ଟା ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ। କରାଚୀର ମେୟର ୱାସିମ ଅଖତର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି, ହୋଟେଲରେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।

Related story